କନ୍ଧମାଳ ଜିଲା ଗୃହରକ୍ଷୀ ସଂଘର ଜରୁରୀ ବୈଠକ; ନୂତନ କର୍ମକର୍ତ୍ତା ଚୟନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲା ଗୃହରକ୍ଷୀ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ  ଅସ୍ଥାୟୀ ସଭାପତି ଅକ୍ଷୟ କୁମାର ରାୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲାରେ କାର୍ଯ୍ୟରତ ଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଗୃହରକ୍ଷୀ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ପ୍ରଦାନ ପାଇଁ ନିଷ୍ପତି ନିଆଯାଇଛି। ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ କୁବେର କହଁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସର ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ଯୋଗ ଦେଇଥିବା ଗୃହରକ୍ଷୀମାନେ ବିଭିନ୍ନ ସମସ୍ୟା ସଂପର୍କରେ ପ୍ରକାଶ କରିଥିଲେ। ବୈଠକ ପରେ କନ୍ଧମାଳ ଗୃହରକ୍ଷୀ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ଏଥିରେ ସଭାପତି ଭାବେ ପ୍ରଭାତ କୁମାର ସାହାଣୀଙ୍କୁ ଓ  କାର୍ଯ୍ୟକାରି ସଭାପତି ଭାବେ ଅକ୍ଷୟ କୁମାର ରାୟଙ୍କୁ ମନୋନୀତ କରାଯାଇଛି। ସେହିଭଳି ଉପସଭାପତି ଭାବେ ବିରାଜ କୁମାର ପ୍ରଧାନ , ସଂପାଦକ ଭାବେ ସପନ କୁମାର ମିଶ୍ର , ସହ ସଂପାଦକ ଭାବେ ଅମିତ୍ କୁମାର କହଁର  ଓ ପ୍ରବୋଧ କୁମାର ଦିଗାଲ , କୋଷାଧ୍ୟକ୍ଷ ଭାବେ ଏସ୍.କେ.ରିହାଉଦ୍ଧିନ୍  ଏବଂ ଉପକୋଷାଧ୍ୟକ୍ଷ ଭାବେ କୁବେର କହଁର ଓ ଧୁନୁର୍ଦ୍ଧର କହଁରଙ୍କୁ  ମନୋନିତ ହୋଇଛନ୍ତି। ସେହିଭଳି କାର୍ଯ୍ୟକାରି ସଭ୍ୟଭାବେ ରତ୍ନାକର ନାୟକ ,ଶରତ ଦିଗାଲ ,କବି ଚନ୍ଦ୍ର ନାୟକ ,ପୃଥିବିରାଜ ଦିଗାଲ , ଜିତେନ୍ଦ୍ର ସାହାଣୀ ,ଲଳିତ କୁମାର କହଁର ,ସୋମନାଥ ବିନ୍ଧାଣୀ , ସୀମାଞ୍ଚଳ ମୁଖୀ , ପ୍ରଶାନ୍ତ ପାତ୍ର , ସଂଜିବ ନାୟକ , ଅଜିତ୍ କୁମାର ରଣା ଓ ଅରୁଣ କୁମାର ମଲିକ , ସାଫ୍ରିନ୍ ଖାଁ ଓ ଭାଗ୍ୟବତୀ ନାୟକ ପ୍ରମୁଖ ମନୋନିତ ହୋଇଥିବା ବେଳେ ସଂଘର ଉପଦେଷ୍ଟା ଭାବେ ଅବସରପ୍ରାପ୍ତ  ପୁଲିସ୍ କର୍ମଚାରୀ ଜଳନ୍ଧର ବେହେରା,  ମିଲନ କହଁର , କୁନା ଦିଗାଲ , ଅଶୋକ ମହାନ୍ତି  ଏବଂ ଆଇନଜୀବୀ ଜୟନ୍ତ ମହାନ୍ତି ମନୋନିତ ହୋଇଥିବା ଏକ ପ୍ରେସ୍ ବିବୃତ୍ତିରେ ଦର୍ଶାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ