ଏଟିଏମ ଗୃହ ପାଲଟିଛି ଅଳିଆ ଗଦା

ମୋହନା,(ଅଂଶୁମାନ ପଣ୍ଡା): ସରକାର ଲୋକଙ୍କୁ ସୁବିଧା ପାଇଁ ବଜାର,ଗାଁ,ଛକ ଗୁଡିକରେ ଏଟିଏମ ବସାଇଛନ୍ତି | ଲୋକେ ଏଥି ଦ୍ୱାରା ଉପକୃତ ହେବେ ବୋଲି ଏପରିକି ବ୍ୟାଙ୍କ କତ୍ତୃପକ୍ଷ ଏଟିଏମରୁ ଟଙ୍କା ଉଠାଣ ପାଇଁ ଶୁଳ୍କ ମଧ୍ୟ ନିଅନ୍ତି | ଏଟିଏମ ଗୃହରେ ଗ୍ରାହକ ପାଇଁ ବିଭିନ୍ନ ସୁଭିଧା ଦିଆଯାଇଥାଏ କରୋନା କଟକଣା ପାଇଁ ସାବୁନ ପାଣି ଓ ଲୋକଙ୍କ ସୁରକ୍ଷା ଏଟିଏମର ସୁରକ୍ଷା ପାଇଁ ଏକ ସିକୁରିଟି ଗାଡ଼ ମଧ୍ୟ ଦିଅନ୍ତି ହେଲେ ଏ ସବୁ ସୁଭିଧାରୁ ଗ୍ରାହକ ବଞ୍ଚିତ | ମୋହନା ବଜାରର ପାଣ୍ଡା ଛକ ନିକଟରେ ଥିବା ୟୁନି ଷ୍ଟେଡ଼ ବ୍ୟାଙ୍କ ଏଟିଏମରେ ରାତି ପାଇଲେ ୩୯ ପଞ୍ଚାୟତର ଲୋକେ ନିଜର ଅଵଶ୍ୟକ କାମ ପାଇଁ ଆସନ୍ତି ଯେପରିକି ମେଡିକାଲ, ବ୍ଲକ, ସାମଗ୍ରୀ କିଣିବା ଭଳି ଅନେକ କାମରେ ହେଲେ ଟଙ୍କା ଉଠାଇବାକୁ ଯିବା ବେଳେ ଏଟିଏମ ଗୃହରେ ଅଧିକ ମାତ୍ରାରେ ଅଳିଆ ପଡ଼ି ରହିଥିବାର ଦେଖିବାକୁ ମିଳେ | ଏପରିକି ଏସି ମଧ୍ୟ ବନ୍ଦ ପଡିଛି ଦେଖିଲେ ଏମିତି ଲାଗେ ଜେମିତି ତାହା ଏକ ଏଟିଏମ ନୁହେ ଏକ ଜୁଆଅଡ୍ଡା | ଅଳିଆ ପକାଇବା ପାଇଁ ଡଷ୍ଟବିନ ମଧ୍ୟ ନାହିଁ କି କୋଣସି ସୁଭିଧା ନାହିଁ,.ଏହା ଦେଖି ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି | ଏହି ବିଷୟରେ ବ୍ୟାଙ୍କ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ଭି କୌଣସି ଉତ୍ତର ମିଳିନି | ଏଟିଏମ ଗୁଡିକ ତଦାରଖ କରିବା ପାଇଁ ଉପରସ୍ଥ ବ୍ୟାଙ୍କ ଅଧିକାରୀ ଟଙ୍କା ଦେଉଛନ୍ତି ଓ ଗ୍ରାହକଙ୍କ ଖାତାରୁ ଟଙ୍କା କଟାଯାଉଛି ହେଲେ ଏହି ଟଙ୍କା କିଏ ନେଉଛି ଏହି ଟଙ୍କା ବ୍ୟାଙ୍କ କତ୍ତୃପକ୍ଷ ଲୁଟୁନାହାନ୍ତି ତ ? ଏମିତି ଅନେକ ପ୍ରଶ୍ନ ଗ୍ରାହକ ମାନଙ୍କ ମନରେ ଉଠିଛି | ଏହି ଘଟଣାକୁ ନେଇ ଗ୍ରାହକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ