ବହୁ ପ୍ରତିଭାର ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀଙ୍କୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ
ଛତ୍ରପୁର,(ଦେବଦତ୍ତ ମହାରଣା) : ବିଶ୍ୱର ଶତାଧିକ ରାଷ୍ଟ୍ର ସହିତ ସାହିତ୍ୟ କ୍ଷେତ୍ରରେ ସଂଶ୍ଲିଷ୍ଟ ଥିବା ଆନ୍ତର୍ଜାତୀୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ‘ସୂର୍ଯ୍ୟୋଦୟ ଭାଷା ସାହିତ୍ୟ’ ତରଫରୁ ଚଳିତ ବର୍ଷ କରୋନା ମହାମାରୀ ଦୃଷ୍ଟିରୁ ଅନ୍ ଲାଇନ୍ ମାଧ୍ୟମରେ ୨୫ ଗୋଟି ରାଷ୍ଟ୍ରର ୧୦୦ ଜଣ କୃତିତ୍ୱଧାରୀ କବି, ଗାଳ୍ପିକ, ଲେଖକ ମାନଙ୍କୁ ସମ୍ମାନିିତ କରିଛନ୍ତି । ଏହି ତାଲିକାରେ ଗଞ୍ଜାମ ଜିଲ୍ଲାର ସଦର ମହକୁମାର ଛତ୍ରପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବର୍ତମାନ କାର୍ଯ୍ୟରତ ଉପବିଭାଗ ଅଧିକାରୀ ତଥା ସ୍ୱର୍ଗତ ବାଂଛାନିଧି ଶତପଥୀଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଶାନ୍ତ କୁମାର ଶତପଥୀ ଏହି ବିରଳ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇ ଏହି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହି ଅବସରରେ ଶ୍ରୀ ଶତପଥୀ ସୂର୍ଯ୍ୟୋଦୟ ଅନୁଷ୍ଠାନର ମୁଖ୍ୟ ମନୋଜ କୁମାର ପଣ୍ଡା, ମୁଖ୍ୟ ଉପଦେଷ୍ଟା ରୋହିଣୀ କୁମାର ବେହେରା ଏବଂ ଅନ୍ୟାନ୍ୟ କର୍ମଚାରୀବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ଶତପଥୀ ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ସାମିଲ୍ ରହି କବିତା ମାଧ୍ୟମରେ ନିଜର ପ୍ରତିଭାକୁ ଲୋକଲୋଚନକୁ ଆଣି ପାରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କରି କବିତା ସଙ୍କଳନ ‘ସଚେତନତା ଉନ୍ମୋଚିତ ହୋଇ ପ୍ରଶଂସିତ ହୋଇଥିଲା ।


