ମୋହନାର ବିଭିନ୍ନ ସ୍ଥାନରେ ଜୁଆ ଅଡ୍ଡା ଉପରେ ପୋଲିସର ଚଢାଉ

ମୋହାନା,(ଅଂଶୁମାନ ପଣ୍ଡା): ମୋହାନା ଥାନା ଗଜପତି ଏସ.ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଗକୁ ଥିବା କୁମାର ପୂର୍ଣିମା ଉଶ୍ଚବ କୁ ନଜର ରଖି ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ଼ା ବନ୍ଦ କରିବା ପାଇଁ ଏସ.ପି ଙ୍କ ନିର୍ଦେଶ ରହିଛି । ଗତକାଲି ରାତିରେ ମୋହନା ଅଞ୍ଚଳରେ ଚାଲିଥିବା ବିଭିନ୍ନ ଜୁଆ ଅଡ୍ଡା ଗୁଡ଼ିକର ଥାନା ଅଧିକାରୀ ସୁଦିପ କୁମାର ନାୟକଙ୍କ ତତ୍ୱାବଧାନ ଏକ ଟିମ୍ ଗଠନ କରି ଜୁଆ ଅଡ୍ଡା ଉପରେ ଚଡ଼ାଉ କରିଥିଲେ । ଏହି ସମୟରେ ମୋହନାର ସନ୍ତୋଷ ନଗର ଓ ତେଲି ସାହିରେ ଚାଲି ଥିବା ଜୁଆ ଖେଳ ଉପରେ ଚଢ଼ାଉ କରି ୧୩ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୪୦,୦୦୦ ଟଙ୍କା ଜବତ କରିଥିଲେ । ମୋହନା ଥାନା ଅଧିକାରୀ ଜଣାଇଛନ୍ତି ଯେ ଏହି ଜୁଆ ଖେଳରୁ ଦୁରେଇ ରୁୁହନ୍ତୁ । ଏବଂ ନିଜ ଟଙ୍କାର ସଦୁପଯୋଗ କରନ୍ତୁ, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ