ଟ୍ୟୁମର ରୋଗୀକୁ ସହାୟତା କଲା ମାନସ ସେବା ସଙ୍ଗଠନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପାଶ୍ୱର୍ବର୍ତ୍ତୀ ନାଆଁମୀ ପଞ୍ଚାୟତ ଅଧିନ ଶଙ୍ଖୁଳା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁତ୍ର ଲିପୁନ୍ଙ୍କ ମୁଣ୍ଡରେ ଏକ ଟ୍ୟୁମର ହୋଇଥିବା ବେଳେ ଆର୍ଥିକ ଅନାଟନ ଯୋଗୁଁ ପରିବାର ଲୋକେ ଚିକିତ୍ସା କରାଇବାରେ ସଫଳ ହୋଇପାରୁନାହାନ୍ତି । ଏପରିପେକ୍ଷୀରେ ଭଦ୍ରକସ୍ଥିତ ମାନସ ସେବା ସଙ୍ଗଠନ ପକ୍ଷରୁ ସଂପୃକ୍ତ ଅସହାୟ ରୋଗୀକୁ ଭେଟି ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ସହ ଖାଦ୍ୟ ସାମଗ୍ରୀ ଓ ଲୁଗା ପ୍ରଦାନ କରାଯାଇଛି । ଏଥିରେ ସଙ୍ଗଠନର ସଭାପତି ସମ୍ବିତ୍ କୁମାର ଜେନା, ସଂପାଦକ କିଶୋର ଚନ୍ଦ୍ର ସାହୁ, ରାଇବଲ୍ଲଭ ଶଂଖୁଆ, ଚିତ୍ତ ରଂଜନ ସାହୁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ସଂପୃକ୍ତ ଅସହାୟ ରୋଗୀକୁ ସହାୟତା ଯୋଗାଇ ଦେବା ପାଇଁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।


