ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସ୍ଥାନୀୟ ପୋୖରାଞ୍ଚଳ ଅନ୍ତର୍ଗତ ଆଙ୍କରଡା ଗ୍ରାମରେ ଶୁକ୍ରବାର ରଞ୍ଜନ ରାଉତ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ, ରଞ୍ଜନ କୌଣସି କାରଣକୁ କେନ୍ଦ୍ର କରି ଗ୍ରାମ ନିକଟରେ ଥିବା ଘୋଡାହାଡ ନଦୀ ନିକଟକୁ ଯାଇଥିଲେ।ସେଠାରେ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ପାଣି ଭିତରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକେ ଆହତ ରଞ୍ଜନକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପୀଡିତ ରଞ୍ଜନକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠା ଯାଇ ଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।ତାଙ୍କ ଶରୀରର ବିଭିନ୍ନ ଅଂଶ ନିଆଁରେ ପୋଡ଼ି ଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ