ଝୁଟଣା ପଂଚାୟତ ରେ ବିଡିଓ ଙ୍କ ସମୀକ୍ଷା ବୈଠକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଝୁଟଣା ପଂଚାୟତ ଠାରେ ଆଜି ଵିଡିଓ ଵିଜୟ କୁମାର ସାହୁ ପହଂଚି ଵିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ସମୀକ୍ଷା କରିଛନ୍ତି।ଵିଶେଷ କରି ଯେଉଁ ମାନେ ପ୍ରଧାନ ମନ୍ତ୍ରୀ ଆଵାସ ଯୋଜନା ରେ କାର୍ଯ୍ୟାଦେଶ ପାଇ ଘର ନିର୍ମାଣ କରିପାରୁ ନାହାନ୍ତି ସେଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଉକ୍ତ ହିତାଧିକାରୀ ମାନଙ୍କୁ ଭେଟି ଯଥାଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଵାକୁ କହିଵା ପାଇଁ ଵିଡିଓ ଵୈଠକରେ ସୂଚନା ଦେଇଥିଲେ। ଏହା ଛଡ଼ା ସ୍ଵଛଭାରତ ଅଭିଯାନ ଅନ୍ତର୍ଗତ ନିର୍ମାଣାଧିନ ପାଇଖାନା ଓ ମଳମୁକ୍ତ ଆମ ଗାଁ ସ୍ଲୋଗାନ କୁ ନେଇ ଵିଶେଷ ଆଲୋଚନା ହୋଇଛି । ଵିଡିଓ ଙ୍କ ସମେତ ସ୍ଥାନୀୟ ସରପଂଚ ସୁଵାଶିନ ରାଉତ, ସ୍ଵଛ ଭାରତ ଵ୍ଲକ ସଂଯୋଜକ ଉଦୟନାଥ ଵେଜ, ସାମାଜିକ କର୍ମୀ ଵ୍ରଜକିଶୋର ରାଉତ ଓ ପଂଚାୟତ ଅନ୍ତର୍ଗତ ସମସ୍ତ ଏସଚଜି ମହିଳା ଵୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ