ଦୁନ୍ଦୁ-ଜାମଦା ମୁଖ୍ୟ ରାସ୍ତାରେ ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସିମାନ୍ତ ବହଳଦାରୁ ଜାମଦା ଯାଇଥିବା ମୁଖ୍ୟ ରାସ୍ତା ବଡଦୁନ୍ଦୁ ଗ୍ରାମର ନୋଡାଲ ସ୍କୁଲ ସାମ୍ନାରେ ଏକ ବିଦ୍ୟୁତ୍ ଖୁଣ୍ଟ ଅଧା ଝୁଲା ଅବସ୍ଥାରେ ରାସ୍ତା କଡକୁ ଓହଳି ପଡିଥିଲା । ଗାଁ ର ନାଳ ଖୋଳା ଯିବା ଫଳରେ ଖୁଣ୍ଟଟି ଅଧିକ ରାସ୍ତା ଆଡ଼କୁ ନଇଁ ପଡ଼ିଥିଲା । ଫଳରେ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ସାଇକେଲ ଆରୋହି,ଭାରି ଯାନ ଆରୋହୀ ନିଜକୁ ସୁରକ୍ଷିତ ମଣି ନ ଥିଲେ । ଗାଁ ଲୋକେ ଶେଷର ବାଧ୍ୟ ହୋଇ ବିଦ୍ୟୁତ୍ ବିଭାଗକୁ ଜଣାଇଥିଲେ । ବିଦ୍ୟୁତ୍ ବିଭାଗ କର୍ମଚାରୀ ବିଦ୍ୟୁତ୍ ସଂଯୋଗ କାଟି ଦେଇଥିଲେ । ବିଦ୍ୟୁତ୍ ବିଭାଗର ଅସାଧୁ ଠିକାଦାର ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକ ସହି ନିୟମ ମାନେ ଗାତର ମାପ ଠିକ ହେବା କଂକ୍ରିଟରେ ଢଳେଇ କରି ପୋତିବା କଥା । କିନ୍ତୁ ଅଧିକ ମୁନାଫା ପାଇଁ ଅଳ୍ପ ଗାତ କରିବା ଏବଂ ଗାତକୁ ଠିକରେ ଢଳେଇ ନ କରି ସେମିତି ପୋତି ଦେଇ ନିଜ ଦାୟିତ୍ୱ ଯେନତେନ ପ୍ରକାର ତୁଲାଇ ଦେଇଛନ୍ତି । ଯାହାକୁ ନେଇ ଗ୍ରାମବାସୀ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ମନଇଛା ବର୍ଷିଥିଲେ ।