ଦୁର୍ଦାନ୍ତ ଅପରାଧୀ ବାଦଲ ଏବେ ବାରିପଦା ପୋଲିସ ଯନ୍ତାରେ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ବାରିପଦା ପୋଲିସ କାବୁ କରିଛି ଆନ୍ତଃରାଜ୍ୟ ଦୁର୍ଦାନ୍ତ ଅପରାଧୀ ବାଦଲକୁ, ସୂଚନାଯୋଗ୍ୟ ଯେ ଗତ ୩୦ ତାରିଖ ଦିନ ମଧ୍ୟ ରାତ୍ରରେ ବାରିପଦା ଟାଉନ ଥାନା ପକ୍ଷରୁ କୌଣସି ସୂତ୍ରରୁ ଦୁର୍ଦାନ୍ତ ଅପରାଧୀ ବାଦଲର ଟେର ପାଇଥିଲା । ସେହି ଅନୁସାରେ ଆଆଇସିଙ୍କ ନିର୍ଦ୍ଦେଶରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଏଥିରେ ସବ ଇନ୍ସପେକ୍ଟର ପି କେ ସାହୁ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଜି ଏସ ପରିଡ଼ା ଏବଂ ଅନ୍ୟ ଷ୍ଟାଫ ସାମିଲ ହୋଇ ବାରିପଦା ଥାନା ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୨୫ କାଳିକାପ୍ରସାଦର ଭକୁଲ ମୁଖୀଙ୍କ ଘରେ ଚଢ଼ାଉ କରିଥିଲେ । ଭୁକୁଲର ପୁଅ ଦୁର୍ଦାନ୍ତ ଅପରାଧୀ ଆକାଶ ମୁଖୀ,ବାଦଲ କୁ କାବୁ କରିଥିଲା, ପୋଲିସ୍ ଥାନାକୁ ଆଣି ମାରାଥନ ଜେରା କରି ଜାଣିବାକୁ ପାଇଥିଲା ଯେ ସେ ୨୨ରୁ ଉର୍ଦ୍ଧ ମାମଲାରେ ସଂଶ୍ଲିଷ୍ଟ ଅଛି । ଜେରା ସମୟରେ ପୋଲିସ ଜାଣିବାକୁ ପାଇଥିଲା ବାରିପଦା ଥାନାରେ କେଶ ମାମଲା୭୪୬/୨୦ ଏବଂ ୭୦୯/୨୦ ଚୋରୀ ମାମଲାରେ ସେ ସଂପୃକ୍ତ ଅଛି । ସେହି ଚୋରୀ ସାମାନ ସବୁ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଂଜା ଗ୍ରାମର ଅନିଲ ବେହେରାଙ୍କ ପୁଅ ସଂଜିବ ବେହେରା ଙ୍କୁ ଦେଇଥିଲା । ପୋଲିସ୍ ଅନିଲକୁ ଗିରଫ କରି ଚୋରୀ ଜିନିଷ ଉଦ୍ଧାର କରିଛି । ଚୋରୀ ଜିନିଷ ଗୁଡ଼ିକ ହେଲା ୧-ଆପେଲ ଆଇ ପେଡ,୨-ଏମଆଇ ଏଲଇଡି ଟିଭି ୪୩”ଏବଂ ୩-ଏଲଜି ଏଲିଡି ଟିଭି ୨୪”ପୋଲିସ ଦୁଇ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।


