ଶିିମିଳିପାଳ ଅଭୟାରଣ୍ୟ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ୨୦୨୦ ମାର୍ଚ୍ଚ ମାସରଙ କରୋନା ଲକ୍ ଡାଉନ୍ ପାଇଁ ଶିମିଳିପାଳ ବନ୍ଦ ଥିଲା । ପ୍ରତିବର୍ଷ ଜୁନ ମାସ ପ୍ରଥମ ସପ୍ତାହରେ ବନ୍ଦ ରହେ । ହେଲେ ପର୍ଯ୍ୟଟକ ସେତେବେଳେ ଶିମିଳିପାଳର ମନୋଲୋଭା ଦୃଶ୍ୟ ଦେଖିବାରୁ ବଂଚିତ ହୋଇଥିଲେ ଯାହାକି ସେମାନଙ୍କ ମନରେ ବହୁତ କଷ୍ଟ ଦେଇଥିଲା । କରୋନା କଟକଣା ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟର ଆଜିଠୁ ନଭେମ୍ବର ୧ ତାରିଖ (ରବିବାର) ଠାରୁ ପର୍ଯ୍ୟଟକ ମାନଙ୍କ ନିମନ୍ତେ ଖୋଲିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକ ମାନଙ୍କ ପ୍ରବେଶ ନମନ୍ତେ ଯଶୀପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟରୁ ଅନୁମତି ମିଳିପାରିବ । ଏଥି ସହିତ ପ୍ରତ୍ୟେକ ଦିନ ଯଶୀପୁରର କାଳିଆଣି ଫାଟକ ମଧ୍ୟ ଦେଇ ୩୫ ଗୋଟି ଚାରିଚକିଆ ଯାନର ପ୍ରବେଶ ନିମନ୍ତେ ସର୍ବପ୍ରଥମେ ଆସିଥିବା ଯାନଗୁଡ଼ିକ ମଧ୍ୟରୁ କ୍ରମାନ୍ଵୟ ଅନୁସାରେ ଅନୁମିତି ମିଳିପାରିବ । ଏଥି ନିମନ୍ତେ ଯଶୀପୁର ବୁକିଂ କାଉଣ୍ଟରରେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ପତ୍ର ମିଳିପାରିବ । କରୋନା ମାର୍ଗଦର୍ଶକା ଅନୁପାଳନ ସହିତ lଅଭୟାରଣ୍ୟକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଲକ୍ଷ ନେଇ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଆଦି ନେବା ଉପରେ କଟକଣା ଜାରି କରାଯାଇଅଛି । ପର୍ଯ୍ୟଟକମାନେ ପ୍ରବେଶ ସମୟରେ ମାସ୍କ ପରିଧାନ ସହ ସାମାଜିକ ଦୂରତାକୁ ଅନୁପାଳନ ତଥା ପ୍ରଚଳିତ ନିୟମାବଳୀ ଅନୁସାରେ ଫାଟକରେ ଲିଖିତନାମା ଦାଖଲ କରିବେ ଏବଂ ଏହା ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ସେହି ପରି ପ୍ରବେଶ ଓ ପ୍ରସ୍ଥାନ ବେଳେ ଫାଟକରେ ସେମାନଙ୍କର ଯାନ, ଜିନିଷପତ୍ର ସହିତ ସେମାନଙ୍କୁ ଯାଚ କରାଯିବ । ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ହେବ । ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରୁ ସେମାନଙ୍କର ପ୍ରସ୍ଥାନ ସମୟ ଏପରି ସ୍ଥିର କରିବେ ଯେପରି ଅପରାହ୍ନ ୫ଟା ମଧ୍ୟରେ ପିଠାବଟା, ତୁଳସୀବଣି ଓ କାଳିଆଣି ତନଖି ଫାଟକକୁ ଅତିକ୍ରମ କରିପାରିବେ । କୌଣସୀ କାରଣ ବଶତଃ ଅଭୟାରଣ୍ୟ ମଧ୍ୟରେ ଯାନ ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ଭାବେ ୪ ହଜାର ଟଙ୍କା ଜମା ଦେବାକୁ ହେବ । ଏଥି ନିମନ୍ତେ ଯାନ ଚାଳକ ପ୍ରସ୍ତୁତ ରହିବେ । ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ନେଇଯାଇଥିବା ଯାନବାହନ ରହିଥିବା ନିୟମାବଳୀକୁ ଯଦି ଦ୍ୱିତୀୟ ଥର ନିମନ୍ତେ ଉଲ୍ଲଙ୍ଘନ କରୁଥିବେ ତେବେ ତାଙ୍କୁ ପରବର୍ତ୍ତୀ ସମୟରେ ପ୍ରବେଶ ନିମନ୍ତେ ଅନୁମତି ମିଳିପାରିବ ନାହିଁ ।ଚଳିତ ବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କର ରାତ୍ରି ରହଣି ନିମନ୍ତେ ବଫର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ, ଗୁଡ଼ଗୁଡ଼ଇା ଆଦି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆ ଯାଉଥିବା ବେଳେ କୁଆଁରୀଗାଁ ନିକଟରେ ବାଉଁଶରେ ର୍ନିମିତ କଟେଜର ବ୍ୟବସ୍ଥା କରାଯାଇଅଛି । ଏଥି ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟwww.ecotourodisha.comରେ ଅଗ୍ରୀମ ଆରକ୍ଷଣ କରାଇବାକୁ ପଡ଼ିବ । ଭ୍ରମଣ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ନିଷ୍ପିକୁ ମଝିରେ ମଝିରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ତଦାରଖ କରାଯିବ ଓ ପାରିପାର୍ଶ୍ୱିକ ଅବସ୍ଥାକୁ ନଜରକୁ ନେଇ ପରବର୍ତି ନିଷ୍ପତି ନିଆଯିବ । ପୁଣି ଅଭୟାରଣ୍ୟକୁ ପ୍ରବେଶ ସମୟରେ ପର୍ଯ୍ୟଟକମାନେ ପ୍ରତ୍ୟେକ ଯାନରେ ଜଣେ ଲେଖାଏଁ ଗାଇଡ଼କୁ ସାଥୀରେ ନେବା ବାଧ୍ୟତା ମୂଳକ l
ଆଜି ପ୍ରଥମ ଦିନରେ ଯଶିପୁର କାଳିଆଣି ଫାଟକ ପଟୁ ୨୧ ଟି ଗାଡି ରେ ୧୧୨ ଜଣ ସାମ୍ବାଦିକ ସମେତ ପର୍ଯ୍ୟଟକ ଶିମିଳିପାଳ ଭିତରକୁ ବୁଲିବା ପାଇଁ ଯାଇଛନ୍ତି । ସେହିଭଳି ବାରିପଦାର ପିଠାବାଟି ଫିଟା ପଟୁ ୨୫ ଟି ଗାଡ଼ିରେ ୧୭୫ ଜଣ ସାମ୍ବାଦିକ ସମେତ ପର୍ଯ୍ୟଟକ ଶିମିଳିପାଳ ଭିତରକୁ ଯାଇଛନ୍ତି ।


