ବାବୁଲ ସୁପ୍ରିୟୋଙ୍କ ଉପରେ ଆକ୍ରମଣ, ଟଣାଓଟରା କଲେ ସାର୍ଟ ଚିରିଲେ

କୋଲକାତା: ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟରେ ଆଜି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏନ୍ଆରସି ଲାଗୁ ହେବାକୁ ବିରୋଧ କରି କିଛି ଛାତ୍ର ,ଭଳି ଘଟାଇଛନ୍ତି । ଆଜି ଏବିଭିପି ପକ୍ଷରୁ ଏହି ଶିକ୍ଷାନୁଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବାବୁଲଙ୍କୁ କିଛି ଛାତ୍ର ଟଣାଓଟରା କରିବା ସହ ତାଙ୍କ ଶାର୍ଟ ଚିରିଦେଇଥିବା ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଏଥିରେ ଏତେ ସଙ୍ଗିନ୍ ପରିସ୍ଥିତି ସତ୍ତେ୍ୱ ବାବୁଲ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଜବାବ ରଖୁଥିବା ଦେଖାଯାଉଛି । ଏହି ଘଟଣାରେ ରାଜ୍ୟପାଳ ଜଗଦୀପ୍ ଧନକରଙ୍କ ହସ୍ତକ୍ଷେପ ପରେ ଯାଇ ବାବୁଲ ଏହି ଆକ୍ରମଣରୁ ବାହାରି ପାରିଛନ୍ତି । ଦିନ ୨.୩୦ରୁ ଆରମ୍ଭ କରି ଦୀର୍ଘ ୫ ଘଣ୍ଟା ଯାଏ ଏଭଳି ସ୍ଥିତି ଜାରି ରହିଥିଲା । ବାମ ଦଳଙ୍କ ସହ ଜଡ଼ିତ କିଛି ଛାତ୍ର ସଂଗଠନ ଏଥିରେ ଜଡ଼ିତ ଥିବା କୁହାଯାଉଛି । ବିଶେଷ କରି ଆର୍ଟସ ଫ୍ୟାକଲ୍ଟି ଷ୍ଟୁଡେଣ୍ଟସ୍ ୟୁନିଅନ୍ ଏବଂ ଷ୍ଟୁଡେଣ୍ଟ ଫେଡରେସନ୍ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ)ର କାର୍ଯ୍ୟକର୍ତ୍ତା “ବାବୁଲ ସୁପ୍ରିୟୋ ଗା ବ୍ୟାକ୍’ ସ୍ଲୋଗାନ୍ ଦେଇ ବାବୁଲଙ୍କୁ ଘେରିଯାଇଥିବା କୁହାଯାଉଛି । ସେମାନଙ୍କ ମଧ୍ୟରେ କିଛି ଅଣଛାତ୍ର ଥିବା ମଧ୍ୟ ଅଭିଯୋଗ ଆସିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ