କୋଭିଡ୍-୧୯ କଟକଣା ଭିତରେ ୩୬ତମ ଶ୍ରୀ ରଘୁନାଥଜୀଉ ପୂଜା କାର୍ଯ୍ୟ ଆରମ୍ଭ

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ସିଙ୍ଗିରୀ ମଠ ପ୍ରାଙ୍ଗଣରେ ୩୬ତମ ରଘୁନାଥଜୀଉ ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟ ଆଜି ଶୁଭାରମ୍ଭ ହୋଇଛି। ପୁରାଣ ପ୍ରଚାର ସମିତି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପଞ୍ଚଦିବସ ଧରି ଚାଲୁରହିବ। ଆଜି ସକାଳୁ ଅଙ୍କୁର ରୋପଣ, ଘଟ ସ୍ଥାପନ,ସୂର୍ଯ୍ୟ ପୂଜା ପ୍ରଭୃତି କାର୍ଯ୍ୟ ଶେଷ ହେବା ପରେ ପୁରାଣ ପଠନ ହୋଇଥିଲା। ପ୍ରତିଦିନ ସନ୍ଧ୍ୟାରେ ସଂକୀର୍ତ୍ତନ ଓ ମାନସ କାର୍ଯ୍ୟ କୋଭିଡ୍ ନିୟମାନୁସାରେ ଅନୁଷ୍ଠିତ ହେବ। ପ୍ରକାଶ ଥାଉକି କୋଭିଡ୍ କଟକଣା ଯୋଗୁଁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ । ଚଳିତ ବର୍ଷ ପୂଜା ପ୍ରତି ଗ୍ରାମ ବାସୀ ଗୁରୁତ୍ୱ ଦେବା ସହ ରାଵଣ ପୋଡି କାର୍ଯ୍ୟକୁ ବାତିଲ୍ କରିଛନ୍ତି । ଏହି ପୂଜାକାର୍ଯ୍ୟରେ ମୁଖ୍ୟ ପୁରୋଧା ପଣ୍ଡିତ ସୁଶାନ୍ତ କୁମାର ପଥିଶର୍ମା ପଣ୍ଡିତ ଲକ୍ଷ୍ମୀଧର ଶତପଥୀ, ପଣ୍ଡିତ ନିରଞ୍ଜନ ପଥିଶର୍ମା ଯୋଗ ଦେଇଥିଲେ । ବିଭୁତି ଭୂଷଣ ପରିଡା, ରାମଚନ୍ଦ୍ର ଓଝା ଓ ପ୍ରଭାକର ରାଉତ ପ୍ରମୁଖ ପ୍ରତିଦିନ ପୁରାଣ ପଠନ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ