ବାଇକ ଡିକି ଭାଙ୍ଗି ଟଙ୍କା ଚୋରି
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସ୍ଥିତ ଟିସ୍କ ଗେଟ୍ ନିକଟରେ ସୋମବାର ଦିନ ସାଢେ ୧୨ଟା ସମୟରେ ଏକ ବାଇକ ଡିକି ଭାଙ୍ଗି ୩୦ ହଜାର ଟଙ୍କା ଚୋରି ହୋଇଥିବା ଯୋଡା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁରୁଡିର ଶ୍ରବଣ କୁମାର ଯୋଡା ଷ୍ଟେଟ ବ୍ୟାଙ୍କରୁ ଉକ୍ତ ଟଙ୍କା ଉଠାଇ ବାଇକ ଡିକିରେ ରଖିଥିଲେ । ସେ ଯୋଡା ଜୁରୁଡି ରାସ୍ତାରେ ଯାଉଥିବା ସମୟରେ ଟିସ୍କ ମେନ୍ ଗେଟ୍ରେ ବାଇକ ରଖି ନିକଟସ୍ଥ ଦୋକାନକୁ ଯାଇଥିଲେ । ଦୋକାନରୁ ଫେରି ଦେଖିଲା ବେଳକୁ ତାଙ୍କ ବାଇକ ଡିକି ଭଙ୍ଗାଯାଇ ଟଙ୍କା ଚୋରି ହୋଇ ଯାଇଛି । ଏ ନେଇ ଯୋଡା ଥାନାରେ କେସ୍ ନମ୍ବର ୧୫୭/୨୦୨୦ ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।


