ବାଲିକୁଦା ମହିଳା ସରପଞ୍ଚଙ୍କ ବଦାନ୍ୟତା

ଜଗତସିଂହପୁର,(ଅନସୂୟା ରାଉତ): ବାଲିକୁଦା ପଞ୍ଚାୟତର ମହିଳା ସରପଞ୍ଚ ଅନସୂୟା ସାହୁ କୋଭିଡ୍ ଦୁର୍ବିସହ ସମୟରେ ଗୋଟିଏ ପରେ ଗୋଟିଏ ଜନହିତକର କାର୍ଯ୍ୟ କରି ସାରା ଜିଲ୍ଲାରେ ଧନ୍ୟବାଦ ଓ ପ୍ରସଶିଂତ ହୋଇଛନ୍ତି । କୋଭିଡ୍ ଆରମ୍ଭ ସମୟରୁ ବାହାର ରାଜ୍ୟର ବିଭିନ୍ନ ଫେରିବାଲା ବାଲିକୁଦାରୁ ନିଜ ନିଜ ରାଜ୍ୟକୁ ଫେରିପାରି ନ ଥିଲେ । ସେମାନଙ୍କ ପାଖରେ ଦେବଦୂତ ସାଜି ସରପଞ୍ଚ ପହଞ୍ଚି ଉପଯୁକ୍ତ ଖାଦ୍ୟ ପେୟ ଯୋଗାଇ ଦେଇଥିଲେ । କେବଳ ସେତିକି ନୁହେଁ କିଛିଦିନ ପରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ସମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ବ୍ୟବସ୍ଥା କରିଥିଲେ। ଗତକାଲି ସରପଞ୍ଚଙ୍କ ଆଉ ଏକ ବଦାନ୍ୟତା ଜଗତସିଂହପୁର ଜିଲ୍ଲାବାସୀଙ୍କ ପାଇଁ ଉଦାହରଣ ପାଲଟିଛି । ସରପଞ୍ଚ ମହୋଦୟା ଓ ସମିତି ସଭ୍ୟ ସୌମ୍ୟରଂଜନ ଦାସ ମିଶି ଏକ ଲକ୍ଷ ବାରହଜାର ଟଙ୍କା ସଂଗ୍ରହ କରି ବାଲିକୁଦା ତହସିଲ୍ ଦାର୍ ସିଧାର୍ଥ ଶଙ୍କର ସାହୁଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ସରପଞ୍ଚ ମହୋଦୟାଙ୍କ ଏହି କାର୍ଯ୍ୟକୁ ସବୁମହଲରୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ