ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପଟାଙ୍ଗି ପୋଲିସ ୩ ଗିରଫ

ଜୟପୁର,(ଓ୍ବାଇଏନ୍ଏସ୍):ପଟ୍ଟାଙ୍ଗୀ ପୁଲିସ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି । ଜଣେ ସୁପାରୀ କିଲରଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ଠାରୁ ହତ୍ୟା କରିଥିବା ସାମଗ୍ରୀ, ଗୋଟିଏ କାର୍, ଗୋଟିଏ ବୁଲେଟ୍ ସହ କିଛି ଗ୍ଲୋଭସ ମଧ୍ୟ ଜବତ ହୋଇଛି ।ସୂଚନା ଅନୁସାରେ, ଅନୀଲଙ୍କ ଭାଇ ସୁନୀଲ ପାଢୀ ପଟ୍ଟାଙ୍ଗୀର ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀଙ୍କ ନିକଟରେ ଅନଲାଇନ୍ ଗେମ୍ ଖେଳି ପ୍ରାୟ ୩ ଲକ୍ଷ ଟଙ୍କା ହାରି ଯାଇଥିଲେ । ଗଙ୍ଗା ପ୍ରସାଦ ବାରମ୍ବାର ଏହି ଟଙ୍କା ସୁନୀଲଙ୍କୁ ମାଗୁଥିଲେ। ହେଲେ ପାଖରେ ଟଙ୍କା ନଥିବାରୁ ସୁନୀଲ ଏହା ଦେଇ ପାରୁନଥିଲେ ।ବାପାଙ୍କଠାରୁ ଲକ୍ଷେ ଟଙ୍କା ଆଣି ପରିଶୋଧ କରିଥିଲେ । ହେଲେ ବାକି ୨ ଲକ୍ଷ ଟଙ୍କା ଦେଇ ପାରିନଥିଲେ । ଆଉ ଏହାକୁ ନେଇ ସୁନୀଲଙ୍କ ଘରେ ଅଶାନ୍ତି ଲାଗି ରହୁଥିଲା । ତେଣୁ ଗଙ୍ଗାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ସୁନୀଲଙ୍କ ଭାଇ ଅନୀଲ। ସେ ପ୍ରଥମେ ଗଞ୍ଜେଇ ବ୍ୟବସାୟ କରିବା ବାହାନାରେ ଗଙ୍ଗାଙ୍କ ସହ ବନ୍ଧୁତା କରିଥିଲେ।ଏହାପରେ ଗଙ୍ଗାଠାରୁ ୪୦ ହଜାର ଟଙ୍କା ଧାର ଆଣି ଥିଲେ । ଆଉ ଏହି ଟଙ୍କାରେ ସେ ପାରଳାଖେମୁଣ୍ଡିର ଦୁଇ ଜଣଙ୍କୁ ସୁପାରୀ ଦେଇଥିଲା । ପୂର୍ବ ଯୋଜନା ଅନୁସାରେ ଗଙ୍ଗାଙ୍କୁ ଗତ ୩ ତାରିଖରେ ହତ୍ୟା କରା ଯାଇଥିଲା ।ଏହି ଘଟଣାର ମୁଖ୍ୟ ସୁପାରୀ କିଲର ଫେରାର ହୋଇ ଯାଇଥିବା ବେଳେ ଘଟଣାର ମାଷ୍ଟର ମାଇଣ୍ଡ ଅନୀଲ ପାଢ଼ୀ, ଜଣେ ସୁପାରୀ କିଲରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।ତେବେ ବଡ ଭାଇ ଅନଲାଇନ ଗେମରେ ଗଙ୍ଗାଙ୍କଠାରୁ ହାରିବା ଓ ସାନଭାଇ ତାଙ୍କଠାରୁ ହିଁ ଧାର ନେଇ ସେହି ଟଙ୍କାରେ ସୁପାରୀ ଦେଇ ତାଙ୍କୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ