ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ସାମିଲ ହେଲେ ସାମ୍ବାଦିକ

ଜଗନ୍ନାଥପ୍ରସାଦ,(ସନ୍ତୋଷ କୁମାର ଜେନା): ବ୍ଳକ କଲ୍ୟାଣପୁର ଠାରେ ଆମ ଓଡିଶା ପକ୍ଷରୁ ଆୟୋଜିତ ଏକ ରକ୍ତ ଦାନ ଶିବିରରେ ସାମିଲ ହେଲେ ସାମ୍ବାଦିକ । ସବୁବେଳେ ସମାଜର ବିଭିନ୍ନ ସମସ୍ୟାକୁ ଗଳି କନ୍ଦିରୁ ଖୋଜି ଓ ଅସହାୟ ମାନଙ୍କ ଦୁଖ କଷ୍ଟର ନିଛକ ଚିତ୍ରକୁ ପତ୍ରପତ୍ରିକା , ଟେଲିଭିଜନ ତଥା ମୋବାଇଲ ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାଧାରଣ ଲୋକଙ୍କ ସହାୟ ହୋଇଥାଆନ୍ତି । ସେହି ସାମ୍ବାଦିକ ମାନେ ଆଉଟିକିଏ ଉର୍ଦ୍ଧକୁ ଯାଇ ଲୋକଙ୍କ ଉଦ୍ଦେଶ୍ୟ ରେ ରକ୍ତ ଦାନକେନ୍ଦ୍ରରେ ନିଜକୁ ସାମିଲ କରି ରକ୍ତଦାନ କରିଛନ୍ତି । ଆୟୋଜିତ ରକ୍ତ ଦାନରେ ୨୨ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅନେକ ଆଗ୍ରହୀ ଯୁବକ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ । ଏଥିରେ ସାମ୍ବାଦିକ ରାଜେସ ପଣ୍ଡା, ମନୋଜ ଗୈ।ଡ, ଉଦିତନାରାୟଣ ଦାସ, ଧନଞ୍ଜୟ ପଟ୍ଟନାୟକ, ଚନ୍ଦ୍ରକେତୁ ରାଉତ, ବିଭୁ ପଟ୍ଟନାୟକ, ନଚିକେତା ପ୍ରଧାନ, ଗିରିସ ଚନ୍ଦ୍ର ସାହୁ ,ସନ୍ତୋଷ କୁମାର ଜେନା, ନିଲୁ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ଭଂଜନଗର ବ୍ଳଡବ୍ୟାଙ୍କ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ