ଗଜପତିରେ କରୋନା ନିୟନ୍ତ୍ରଣ ;ଆଜି ମାତ୍ର ୩ଜଣ ପଜିଟିଭ୍ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତିରେ କରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରିତ ହେବାରେ ଲାଗିଛି । ଆଜି ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୩ଜଣକୁ ମିଶାଇ ସଂଖ୍ୟା ୩୯୧୪ରେ ପହଞ୍ଚିଛି । ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୩ଜଣଙ୍କ ମଧ୍ୟରୁ କେବଳ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୩ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ଏହି ସୁଚନା ଦେଇଛନ୍ତି । ଗତ ଦୀର୍ଘ ଦିନ ପରେ ଗତ କିଛି ଦିନ ଧରି ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗି ରହିଛି । ଆଜି ଏହି ସଂଖ୍ୟା ମାତ୍ର ୩ରେ ପହଞ୍ଚିଛି । ଗଜପତି ଜିଲ୍ଲା ପ୍ରଶାସନର ବିଭିନ୍ନ ସଚେତନ ମୁଳକ କାର୍ଯ୍ୟକ୍ରମ,ସାଧାରଣଙ୍କୁ ଆଗୁଆ ସୁଚନା ଏବଂ ଜନସାଧାରଣଙ୍କ ଠାରେ କରୋନାରୁ ଦୁରେଇ ରହିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଆଦି ଯୋଗୁଁ ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ହୋଇପାରିଛି ।


