ଆଇନଜୀବୀଙ୍କ ସ୍ମୃତିସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ ନେୟୀଶୋଚ ସାମାଜିକ ସଂଗଠନ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଜନ୍ମ ସ୍ଥାନ ସାରୋ ଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଶ୍ୟାମସୁନ୍ଦର ବିଦ୍ୟାନିକେତନର ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସ୍ମୃତିଚାରଣ ସଭାରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇ ଅଶୋକ ମହାପାତ୍ରଙ୍କ ବିୟୋଗ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତିବୋଲି କହିଥିଲେ । ଏଥିରେ ନେୟୀଶୋଚ ସଂଗଠନର ସମ୍ପାଦକ ଜ୍ୟୋତିରଞ୍ଜନ ନାୟକ, ଶଶିକାନ୍ତ ପାତ୍ର, ବିଶ୍ୱରଞ୍ଜନ ସାହୁ, ସୁବ୍ରତ ସେନାପତି, ବିଜୟ ପଣ୍ଡା, ମଦନମୋହନ ସେନାପତି, ସନ୍ତୋଷ ପାତ୍ର, ଅକ୍ଷୟ ମହାପାତ୍ର, ମାନସ ଶତପଥି, ସୁଧିର ସାହୁ, ଗଜେନ୍ଦ୍ର ସାହୁ, ନାରାୟଣ ଭାରତୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।


