ମାର୍ଲ୍ଲାଙ୍ଗା ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଫେରାଦ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ମାର୍ଲାଙ୍ଗା ପଞ୍ଚାୟତ ବାସି ଓ ଓଡ଼ିଶା ଲୋକମଞ୍ଚ କର୍ମକର୍ତ୍ତା ମିଳିତ ପକ୍ଷରୁ ନିଜ ଅଞ୍ଚଳରେ ବିଏସଏନଏଲ ଟାୱାର , ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ରାସ୍ତା, ଓ ପାନୀୟ ଜଳର ବ୍ୟବସ୍ଥା ନିମନ୍ତେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ରଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଉକ୍ତ ଦାବି ପତ୍ରରେ ଉଲ୍ଲେଖ ଅଛି ଯେ ମାର୍ଲାଙ୍ଗ ପଞ୍ଚାୟତ ଏକ ଆଦିବାସୀ ଅଧୁସିତ ଦଳିତ ଗରିବ ଅଞ୍ଚଳ ଅଟେ, ଏହି ଅଞ୍ଚଳ ଏକ ପଛୁଆ ଅଞ୍ଚଳ ହୋଇଥିବାରୁ ଏଠାରେ ଶିକ୍ଷା ସ୍ୱାସ୍ଥ୍ୟ ରୋଜଗାର ଆଦି ସବୁ କ୍ଷେତ୍ରରେ ପଛୁଆ ହୋଇଅଛୁ, ଆମ ଗ୍ରାମର ଅଧିକାଂଶ ଲୋକ ଗାଁ ବାହାରକୁ ତଥା ଜିଲ୍ଲା ବାହାରେ ଓ ରାଜ୍ୟ ବାହାରକୁ ଯାଇ ରୋଜଗାର କରୁଥାନ୍ତି l ପରିବାର ଲୋକେ ଗ୍ରାମରେ ରହିଥାନ୍ତି ଜରୁରୀ କାଳୀନ ପରିସ୍ଥିତିରେ ମୋବାଇଲ ଯୋଗେ କଥାବାର୍ତ୍ତା ହୋଇପାରୁନାହାନ୍ତି l ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅନଲାଇନ କାମ ଯେପରିକି ମନରେଗା, ମାଷ୍ଟରୋଲ, ଉନ୍ନୟନ କାର୍ଯ୍ୟଗୁଡିକ ହୋଇ ପାରୁନାହିଁ ଏପଟେ କୋଭିଡ ସଂକ୍ରମଣର ଭୟଭୟତା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ଯୋଗୁଁ ଅନଲାଇନ ଶିକ୍ଷା ଦିଆଯାଉଛି ଯାହାକି ଆମ ଅଞ୍ଚଳର ପିଲାମାନେ ଅନଲାଇନ କଣ ଜାଣି ନାହାନ୍ତି ବିଭିନ୍ନ ଗ୍ରାମକୁ ପାନୀୟ ଜଳର ବ୍ୟବସ୍ଥା ହୋଇନାହିଁ ରାସ୍ତାର ସମସ୍ୟା ମଧ୍ୟ ବହୁତ ଅଛି ଏଣୁ ଆମ ଅଞ୍ଚଳ ପ୍ରତି ଦୃଷ୍ଟି ଦେଲେ ଆମ ପଞ୍ଚାୟତର ହଜାର ହଜାର ଜନସାଧାରଣ ଉପକୃତ ହେବୁ ବୋଲି ଉକ୍ତ ଦାବୀ ପତ୍ରରେ ଉଲେଖ ରହିଛି l


