ଶିକ୍ଷୟତ୍ରୀଙ୍କ ମୃତ୍ୟୁକୁ ନେଇ ବାପଘର ଲୋକଙ୍କ ତରଫରୁ ଝିଅକୁ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବିବାହିତ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ସହ ହତ୍ୟା କରିଥିବା ବିଷୟକୁ ନେଇ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କଲେ ପରିବାର ଲୋକ। ମିଳୁଥିବା ସୂଚନା ଅନୁଯାୟୀ ଦୁଇ ବର୍ଷ ପୂର୍ବେ ବଡ଼ସାହି ଥାନା ପ୍ରତାପପୁର ଗ୍ରାମର ଶ୍ରୀକୃଷ୍ଣ ମଣ୍ଡଳଙ୍କ ଝିଅ ଝରଣା ମଣ୍ଡଳ ବୈଦିକ ରୀତିନୀତି ଅନୁସାରେ ରାସଗୋବିନ୍ଦପୁର ଥାନା ରାମଚନ୍ଦ୍ରପୁର ଗ୍ରାମର ସୁଦର୍ଶନ ତରାଇଙ୍କ ପୁଅ ମନୋରଞ୍ଜନ ତରାଇଙ୍କୁ ବିବାହ କରିଥିଲେ । ଝରଣା ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ମନୋରଞ୍ଜନ ଓଡିଶା ପୋଲିସର ପଞ୍ଚମ ବାଟାଲିୟନରେ କାର୍ଯ୍ୟ କରନ୍ତି । ତେବେ ଝରଣାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ବିବାହ ପରଠାରୁ ଶଶୁର ଘର ଲୋକେ ତାଙ୍କ ଝିଅକୁ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେଇ ଆସୁଥିଲେ ଓ ଏହାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ସହ ଉଭୟ ପରିବାର ମଧ୍ୟରେ ମାନମାଳିନ ଲାଗି ରହିଥିଲା । ତେବେ ଗତ ନଭେମ୍ବର ୧୮ ତାରିଖ ଦିନ ମନରଞ୍ଜନଙ୍କ ପରିବାର ପକ୍ଷରୁ ତାଙ୍କ ଝିଅର ଦେହ ଖରାପ ଥିବାର ସୂଚନା ଦେଇଥିଲେ । ଏହାକୁ ନେଇ ଝିଅକୁ କଟକ ଯିବା ରାସ୍ତାରେ ତାର ମୃତୁ ହୋଇଥିଲା ଓ ପରିବାର ପକ୍ଷରୁ ବ୍ୟବଛେଦ ପାଇଁ ରଘୁନାଥ ମୁର୍ମୁ ମେଡ଼ିକାଲ ଅଣା ଯାଇଥିଲା । ତେବେ ଆଜି ମେଡ଼ିକାଲ ପରିସରରେ ଉଭୟ ପକ୍ଷ ମଧ୍ୟରେ ବଚଶା ଓ କଥା କତାକଟି ହୋଇଥିବା ବେଳେ ମନରଞ୍ଜନଙ୍କ ବାପାଙ୍କୁ ଅଟକ ରଖିଥିଲେ ଝରଣାଙ୍କ ପରିବାର ଲୋକେ । ପରିବାର ପକ୍ଷରୁ ତାଙ୍କ ଝିଅକୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ