ଓଡିଶା କୁଡୁମି ସମାଜ, ରାଇରଙ୍ଗପୁର ଶାଖା ତରଫରୁ ସ୍ବର୍ଗତ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତଙ୍କ ବିୟୋଗରେ ଶ୍ରଦ୍ଧାଂଜଳି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତଙ୍କ (୫୮) କୋଲକୋତା ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ସେ ଜଣେ ଜଣାଶୁଣା ଓ ଦକ୍ଷ ସ୍ବାସ୍ଥ୍ୟ ପ୍ରଶାସକ ଥିଲେ ଓଡ଼ିଶା କୁଡୁମି ସମାଜର ଜଣେ ଶୁଭେଚ୍ଛା ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର କୁସୁମିତ ସମାଜର ଆବାଳ ବୃଦ୍ଧ ବନିତା ଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି । ସେଥିପାଇଁ ରାଇରଙ୍ଗପୁର କଲେଜ ନିକଟସ୍ଥ ଓଡ଼ିଶା କୁଡୁମି ସମାଜ କାର୍ଯ୍ୟାଳୟରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁକୁନ୍ଦ ମହାନ୍ତ, ବିକାଶ ମହାନ୍ତ,ନବୀନ କିଶୋର ମହାନ୍ତ,ମନୋଜ ମହାନ୍ତ, ଜ୍ୟୋତିପ୍ରକାଶ ମହାନ୍ତ,ବିମଳସୁବ୍ରତ ମହାନ୍ତ,ସନ୍ତୋଷ ମହାନ୍ତ, ସୁଧାଂଶୁ ଶେଖର ମହାନ୍ତ, ମହାନ୍ତ, ଯଶୋବନ୍ତ ମହାନ୍ତ, ଜନ୍ମେଜୟ ମହାନ୍ତ, ହେମେନ୍ଦ୍ର ମହାନ୍ତ,ଆଲୋକରଂଜନ ମହାନ୍ତ,ରାଜ କୁମାର ମହାନ୍ତ,ମାନସ ମହାନ୍ତ, ବନମାଳୀ ମହାନ୍ତ,ତନ୍ମୟ ମହାନ୍ତ,ବିଜୟ ମହାନ୍ତ, କାହ୍ନୁ ମହାନ୍ତ, ପରମେଶ୍ବର ମହାନ୍ତ, ପିଣ୍ଟୁ ମହାନ୍ତ, କ୍ରିଷ୍ଣା ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।


