ଅଦିନିଆ ବର୍ଷାରେ କ୍ଷେତରେ ଧାନ ନଷ୍ଟ;ଚାଷୀ ମୁଣ୍ଡରେ ଚଡକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): କରୋନା ମହାମାରୀରେ ଚାଷୀର ଅଣ୍ଟା ଭାଙ୍ଗି ଯାଇଛି ।ଦୀର୍ଘ ୮ ମାସ ହେଲା କାମଧନ୍ଦା ନପଇ ଘରୁ ବାହାରି ନପାରି ଇଂରେଜ ଯାହା ଦିପଇସା ଥିଲା ସବୁ ସରିଯାଇଛି । ଧାର,କରଜ ଯନ୍ତାରେ ପଡିଛି ଚାଷୀ ।ଚାଷୀ ଋଣ କରି ଚାଷ କରିଥିଲା ।ଧାନ ମଧ୍ୟ ଭଲ ହୋଇଥିଲା । ହେଲେ ବାଧକ ସାଜିଲା ଅଦିନିଆ ବର୍ଷା । ଅଦିନିଆ ବର୍ଷା ଯୋଗୁଁ ପାଚିଲା ଧାନ କ୍ଷେତରେ ଫସଲ ନଷ୍ଟ ହୋଇଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନପାଖାନା ଗ୍ରାମପଞ୍ଚାୟତ ର ରେଗାଂଳ ବେଢା , ଭାଲୁ ଗାଜାଳି , ତୁଳସିବଣୀ , ନୂରୁବାଦାଡା ଗାଁ ରେ ଦେଖିବାକୁ ମିଳିଥିଲା । ଚାଳି ଚଳିତ ବର୍ଷ ସରକାରଙ୍କ ଦ୍ୱାରା ମିଳିଥିବା ବିହନ ଆଣେ କ୍ଷେତରେ ବୁଣିଥିଲେ କିନ୍ତୁ ଚାଷ ଚାଷ ଜମିରେ ସୁନାର ଫସଲ ଫଳିଥିଲା । ଚାଷି ମନରେ ଚାଷ ଜମି ଦେଖି ଖୁବ୍ ଆନନ୍ଦ ଅନୁଭବ କରୁଥିଲା । ଭାବୁଥିଲା ଭଲ ଅମଳ ହେବ ଧାନ ବିକି ଦ୍ବି ପଇସା ପାଇବ । ଆସୁଛି ଗଣ ପର୍ବ ମକର ସଂକ୍ରାନ୍ତି ରେ ପରିବାର ବର୍ଗ ମିଶି ଧୁମ୍ ଧାମ୍ ରେ ପର୍ବ କୁ ପାଳିବ । କିନ୍ତୁ ଚାଷିର ସପ୍ନ ସପ୍ନରେ ରହିଗଲା । ଦୁଇ ଦିନର ଅଦିନିଆ ବର୍ଷା ରେ ସବୁ ଫସଲ ନଷ୍ଟ ହେବାକୁ ଯାଉଅଛି । ଚାଷି ଜମିରୁ ପାଣିକୁ ବାହାର କରିବା ପାଇଁ ଦିନରାତି ପରିଶ୍ରମ କରିବା ପରେବି । କେତେକ ଜମିରୁ ପାଣି ଶୁଖିବାର ନା ଧରୁ ନାହିଁ । ପାଣି ଶୁଖିଲ ତ ଧାନ କାଟି ଅମଳ କରିବ । ତଥିପି ଚାଷି ହାର ନ ମାନି ଚାଷ ଜମିରେ କଟା ହୋଇଥିବା ଧାନକୁ ବାହାର କରି ଶୁଖାଇବାରେ ଲାଗିପଡିଛି । ଫସଲ ତ ନଷ୍ଟ ହେଲା ଚାଷି ଏବେ ସରକାରଙ୍କ ସାହାଯ୍ୟ ଅପେକ୍ଷା ରେ ରହିଥିବା କଥା ଚାଷି ମାନେ ପ୍ରକାଶ କରିଛନ୍ତି ।


