ମଶାଲ ଧରି ବାଇକ୍ ଶୋଭାଯାତ୍ରା

ଛତ୍ରପୁର,(ଦେବଦତ୍ତ ମହାରଣା) : ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି , ଶ୍ରମିକ ବିରୋଧୀ ଶ୍ରମ କୋଡ୍‌, କୃଷକ ବିରୋଧୀ କୃଷି ଆଇନ , ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ , ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି-୨୦୨୦ ବିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ମିଳିତ ଆହ୍ୱାନରେ ନଭେମ୍ବର ୨୬ରେ ଦେଶବ୍ୟାପି ଆନ୍ଦୋଳନ କରିବା ନିମନ୍ତେ ଡାକରା ଦିଆଯାଇଛି । ଏହି ସାଧାରଣ ଧର୍ମଘଟକୁ ଛତ୍ରପୁର ଠାରେ ସଫଳ କରିବା ନିମନ୍ତେ ବୁଧବାର ସନ୍ଧ୍ୟାରେ ଏଆଇଟିୟୁସି, ଆଇଏନଟିୟୁସି ସମେତ ବିଭିନ୍ନ ଟ୍ରେଡ୍ ୟନିୟନ ପକ୍ଷରୁ ମଶାଲ ଧରି ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ , ଯୁବକ ଓ ଚାଷୀ ନେତା ମାନେ ହାତରେ ମଶାଲ ଧରି ସ୍ଥାନୀୟ ପୁତି ଗୋପାଳପୁର ଠାରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲେ । ନଭେମ୍ବର ୨୬ରେ ସାଧାରଣ ଧର୍ମଘଟ କୁ ସମର୍ଥନ ଜଣାଇବା ନିମନ୍ତେ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ଏଥିରେ କଂଗ୍ରେସ ନେତା ଭାଗିରଥୀ ବେହେରା, ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଗୁରୁନାଥ ପ୍ରଧାନ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ଏସ.ତ୍ରିନାଥ ରେଡ୍ଡୀ, ଯୁବନେତା ଚିଙ୍କରା ବେହେରା ଓ କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁ ଆମିନ୍ ଖାନ୍ ଙ୍କ ସମେତ ବହୁ ଯୁବକ , ଚାଷୀ ଏବଂ ଶ୍ରମିକ ନେତା ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ