ଭଣ୍ଡାରିପୋଖରୀରେ ଭାରତ ବନ୍ଦର ପ୍ରଭାବ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଅଲ ଇଣ୍ଡିଆ ଟ୍ରେଡ଼ ୟୁନିୟନ ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦ ପ୍ରଭାବ ଆଜି ଭଣ୍ଡାରିପୋଖରୀ ଅଂଚଳରେ ଦେଖିବାକୁ ମିଳିଛି। ଆଜି ସକାଳୁ ୧୬ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର କିଛି ବନ୍ଦ ରହିଥିବା ଦେଖିବାକୁ ମିଳିଛି।ଭଣ୍ଡାରିପୋଖରୀ ବ୍ଲକ ସମେତ ତହସିଲ, ବ୍ଲକ ଶିକ୍ଷା କାର୍ଯ୍ୟାଳୟ, ବିଦ୍ୟୁତ କାର୍ଯ୍ୟଳୟ, ସମସ୍ତ ବ୍ୟାଙ୍କ ପ୍ରାୟତଃ ବନ୍ଦ ରହିଥିବାବେଳେ କାର୍ଯ୍ୟାଳୟ ଭିତରେ କାଁ ଭାଁ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ବଜାରରେ ଅଧିକାଂଶ ଦୋକାନ ବନ୍ଦ ରହିଥିବା ବେଳେ ମେଡ଼ିସିନ ଓ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିଥିଲା। ମଞ୍ଜୁରୀରୋଡ଼, ବାରିକପୁର, ଛତାବର, ଆଖୁଆପଦା ପ୍ରମୁଖ ସ୍ଥାନ ଗୁଡିକରେ ବନ୍ଦର ପ୍ରଭାବ ସେଭଳି ନଥିବା ଦେଖା ଯାଇଥିଲା। ସର୍ବ ଭାରତୀୟ ଟ୍ରେଡ଼ ୟୁନିୟନ ଡାକରା ଦେଇଥିବା ବନ୍ଦକୁ ସମର୍ଥନ କରି ଭଣ୍ଡାରିପୋଖରୀ ଠାରେ ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ସାହୁ, ମନୋଜ ନାୟକ, ନିଗମାନନ୍ଦ ଜେନା, ରମେଶ ଭାରତୀ, ଜ୍ଞାନରଞ୍ଜନ ଦାସ, ସୁବାସୀଷ ନାୟକ, ଧରଣୀଧର ଜେନା, ଅନୀଲ ପୁହାଣ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ସେହିଭଳି ଚାଷୀମୁଲିଆ ସଂଘର ସଦସ୍ୟ ସଦସ୍ୟା ମାନେ ବନ୍ଦ ଡ଼ାକରାରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ