ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ମାଳଦା ଅଂଚଳର ଜଣେ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି। ନାବାଳିକା ଜଣକ ଟିଉସନକୁ ଯାଉଥିବାବେଳେ ନପଙ୍ଗ ଗ୍ରାମର ବିରଞ୍ଚି ନାୟକଙ୍କ ପୁଅ ଦତ୍ତାତ୍ରୟ ତାକୁ ଅପହରଣ କରିନେଇଥିଲା। ପୁଲିସ ଅଭିଯୋଗ ପାଇବା ପରେ ଦୁଇଜଣଙ୍କୁ ଧରିବା ପାଇଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦେଶରେ ଏକ ଟିମ ଗଠନ ହୋଇଥିଲା। ସହକାରୀ ଅଧିକାରୀ ଅନୁରାଗ ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ଦୁଇ ଜଣକୁ ପିଛା କରି ଚଣ୍ଡିଖୋଲ ନିକଟ ଲଳିତଗିରି ସ୍ଥିତ ଏକ ପାର୍କରୁ ନାବାଳିକାକୁ ଉଦ୍ଧାର କରିଥିଲେ। ଏହାସହିତ ଅଭିଯୁକ୍ତ ଯୁବକକୁ ଗିରଫ କରି ଥାନାକୁ ଆଣିଥିଲେ। ନାବାଳିକା ଜଣକୁ ତାଙ୍କ ବାପ ମାଆଙ୍କୁ ଜିମା ଦିଆଯାଇଥିବା ବେଳେ ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଏନେଇ ଥାନା ପକ୍ଷରୁ ୨୪୩/୨୦ରେ ମାମଲା ରୁଜ୍ଜୁ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ