ପୋଲସରାରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ

ପୋଲସରା,(ଅନିଲ କୁମାର ମହାରଣା): କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଅନ୍ୟାନ୍ୟ ସଙ୍ଗଠନ ବୃନ୍ଦଙ୍କ ପକ୍ଷରୁ ଦିଆ ଯାଇଥିବା ସାଧାରଣ ଧର୍ମଘଟ ଭାରତ ବନ୍ଦ ଆହ୍ୱାନ ପରିପ୍ରେକ୍ଷୀରେ ନଭେମ୍ବର ୨୬ ତାରିଖ ଦିନ ଓଡିଶା ନିର୍ମାଣ ଶ୍ରମିକ ସଂଘ ପୋଲସରା ଆଞ୍ଚଳିକ କମିଟି ଦ୍ୱାରା ପୋଲସରା ମୁଖ୍ୟ ସଡ଼କ ସମେତ ପ୍ରମୁଖ ସ୍ଥାନ ମାନଙ୍କରେ ବିକ୍ଷୋଭ ଓ ପିକେଟିଂ କରାଯାଇଥିଲା । ଆଜି ସକାଳେ ନିର୍ମାଣ ଶ୍ରମିକ ସଂଘ ର ଜିଲ୍ଲା ସଭାପତି ଦଣ୍ଡପାଣି ସାମଲ , ପୋଲସରା ବ୍ଳକ କମିଟି ସଭାପତି ହରି ହର ପାତ୍ର , ଅଖିଳ ଭାରତ ଯୁବକ ସଂଘ ର ରାଜ୍ୟ ସଭାପତି ପ୍ରଦୀପ ସେଠୀ , ଶ୍ରମିକ ନେତା ଗଣପତି ସାହୁ , ବିଜୟ ସାମନ୍ତରା , କାଳୁ ଚରଣ ସ୍ୱାଇଁ , ନଗରବାସୀ ପ୍ରଧାନ , ଧୃବ ନାହାକ , କବି ନାହାକ , ଅକ୍ଷୟ ଭୂୟାଁ , କୃତ୍ତିବାସ ମହାରଣା ଓ ତ୍ରିନାଥ ସାମଲ ପ୍ରମୁଖ ମୋଟର ସାଇକେଲ ରାଲି ରେ ଯାଇ ଷ୍ଟେଟବ୍ୟାଙ୍କ , ଆକ୍ସିସ୍ ବ୍ୟାଙ୍କ , ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଓ ଭାରତୀୟ ଜୀବନ ବୀମା ନିଗମ ର ସ୍ଥାନୀୟ ଶାଖା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ରାଣିପଡା ବାଲୁକେଶ୍ୱର ମନ୍ଦିର ଠାରୁ ଶତାଧିକ ନିର୍ମାଣ ଶ୍ରମିକ ଶୋଭାଯାତ୍ରା ରେ ବାହାରି ତହସିଲ ଅଫିସ , ଏନ୍ ଏ ସି ଅଫିସ ଓ ବ୍ଳକ ଅଫିସ ସମୁଖ ରେ ପିକେଟିଂ କରିବା ସହିତ ବ୍ରାହ୍ମଣ ସାହି ଛକ ଓ ବସଷ୍ଟାଣ୍ଡ ଠାରେ ରାସ୍ତା ଉପରେ ବସି କେନ୍ଦ୍ର ସରକାରଙ୍କ ଶ୍ରମ କୋର୍ଡ ସଂଶୋଧନ , କୃଷକ ବିରୋଧୀ କୃଷି ବିଲ , ଦରଦାମ ବୃଦ୍ଧି , ରାଷ୍ଟ୍ରାୟତ ଉଦ୍ୟୋଗ, ବ୍ୟାଙ୍କ ଓ ବୀମା କମ୍ପାନୀ ର ଘରୋଇକରଣ ପ୍ରଭୃତି ର ବିରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁର୍ଯୋଧନ ରାଉତ , ସିମା ପାତ୍ର , ଲକ୍ଷ୍ମୀ ପାତ୍ର , ଜ୍ୟୋତ୍ସ୍ନା ମହାରଣା , ଜୟନ୍ତୀ ପ୍ରଧାନ , ଅନିତା ନାୟକ , ନମିତା ମହାପାତ୍ର , ସାଇବାଣି ପ୍ରଧାନ , ଅହଲ୍ୟା ବେହେରା , ଚନ୍ଦ୍ରମା ସାହୁ , ରୁନୁ ମହାରଣା , ନିକୁଞ୍ଜ ସାହୁ ଓ ବୁଲୁ ମହାରଣା ପ୍ରଭୃତି ଶୋଭାଯାତ୍ରା ଓ ପିକେଟିଂରେ ଅଂଶ ଗ୍ରହଣ କରିଥିଲେ । ପୋଲସରା ରେ ସାଧାରଣ ଧର୍ମଘଟ ଭାରତ ବନ୍ଦ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୋଇ ଶାନ୍ତି ଶୃଙ୍ଖଳା ସହ ସଫଳ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ