ପୋଡାପଦର ଇନ୍ଦିରାଆବାସ କଲୋନୀରେ ପାନୀୟ ଜଳ

ଛତ୍ରପୁର: ଲଗାଣ ବର୍ଷାରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡାପଦର ଇନ୍ଦିରାଆବାସ କଲୋନୀ ଥିବା କୂଅ ଭୁସିଡିପଡିଥିବା ହେତୁ ଇନ୍ଦିରାଆବସା କଲୋନୀର ବାସିନ୍ଦା ମାନେ ପାନୀୟଜଳ ସମସ୍ୟା ଦେଖିବାକୁ ମିଳିଛି । ଦୀର୍ଘ ୩୦/୩୫ବର୍ଷ ଧରି ସେଠାରେ ୪୦/୫୦ପରିବାର ଘରକରି ରହିଥିବା ବେଳେ ସେତେବେଳରୁ ଏହ କୂଅ ଖୋଳାଯାଇଥିଲା । ଏହ୍ୱାରା କଲୋନୀ ବାସିନ୍ଦା ମାନେ କୂଅ ପାଣି ବ୍ୟବହାର କରୁଥିବା ବେଳେ ଲଗାଣ ବର୍ଷା ଦ୍ୱାରା କୂଅ ପାଣି ଦୂଷିତ ହେବା ସହ କୁଅରେ ପାଣି କାଡିବା ସମ୍ଭବ ନୁହେଁ । ତେଣୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଠାରେ ପଂଚାୟତ ପକ୍ଷରୁ କୈାଣସି ପାନୀୟ ଜଳର ବ୍ୟବସ୍ଥା କରାଯାଇ ନାହିଁ କି କାହାର ଘରେ ମଧ୍ୟ କୂଅ ନାହିଁ । ଏନେଇ ଆଜି କଲୋନୀ ବାସିନ୍ଦା ଛତ୍ରପୁର ବିଡିଓଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି କୂଅ ରେ ମଧ୍ୟ ଖରାଦିନରେ ପାଣି ରହୁନଥିବା ମଧ୍ୟ କହିଛନ୍ତି । ସରକାରଙ୍କପକ୍ଷରୁ ଗ୍ରାମଚଂଳ ରେ ସୁଦ୍ଧ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା ଥିଲେ ସୁଦ୍ଧା ଖୋଦ୍ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ପୋଡାପଦର ପଂଚାୟତରେ ଏପରି ଅବସ୍ଥା ରହିଥିବାରୁ ତୁରନ୍ତ ଏହାର ପ୍ରତିକାର କରିବା ନିମନ୍ତେ କଲୋନୀ ବାସିନ୍ଦା ବିଡିଓ ଭେଟି କହିଛନ୍ତି । ଏନେଇ ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା କହିଛନ୍ତି ଯେ ଚଳିତ ବର୍ଷ ପାଇଁ ସୋଲାର ପ୍ରକଳ୍ପ ମାଧ୍ୟମ ରେ କଲୋନୀ ସୁଦ୍ଧପାନୀୟ ଜଳ ଯୋଗାଣ ନିମନ୍ତେ ୪ଲକ୍ଷ ବଜେଟ୍ ରଖା୍ାଇଥିବା ସେ ସୂଚନା ଦେଇଛନ୍ତି । ପୂର୍ବରୁ ନୂତନ ଟ୍ୟୁବଲ ମଧ୍ୟ ଖନନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ