ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଗଠନ ବୈଠକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବଳଦେବଜୀଉ କ୍ଲଷ୍ଟର ରଣଜିତ ଆଶ୍ରମ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ନମିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପୁରୁଷୋତ୍ତମ ଧଳ, ଅଜୟ ଜେନା, ସିଆରସିସି କୈଳାସ ସାମଲ, ଚକ୍ରଧର ଜେନା, ପ୍ରଧାନଶିକ୍ଷକ ଜୟନ୍ତ କୁମାର ସାହୁ, ଶୁଖିଲାଲ ମାରାଣ୍ଡି ପ୍ରମୁଖ ଯୋଗଦେଇ ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ଓ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସଂଯୁକ୍ତା ମହାପାତ୍ର ଉଦ୍ଦେଶ୍ୟ ଜ୍ଞାପନ ଓ ସିଆରସିସି ଭାଗବତ ରାଉତ ଧନ୍ୟବାଦ ଦେଇଥିଲେ । ଅନୁରୂପ ଭାବେ ଜଳହରି କ୍ଲଷ୍ଟର ପକ୍ଷରୁ ଶିକ୍ଷଣ ଗୋଷ୍ଠୀ ଗଠନ ବୈଠକ ଅନୁଷ୍ଠିତ ହୋଇଯାଇଛି ।


