ଓଡ଼ିଶା ଯାତ୍ରା କଳାକାର ସଂଘର ଜିଲ୍ଲା ୱାରି ଆନ୍ଦୋଳନ ଧମକ

ଜଗତସିଂହପୁର,( ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ସୋମନାଥ ହାଟ ପଡିଆରେ ଓଡିଶା ଯାତ୍ରା କଳାକାର ସଂଘର ଦ୍ବିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଶୋକ ରାଉତଙ୍କ ସଭାପତିତ୍ବରେ ଯାତ୍ରା କଳାକାର ସଂଘର ରାଜ୍ୟ ସଭାପତି ଦୈତାରୀ ପଣ୍ଡା, ଉପସଭାପତି ଭାବେ ବ୍ରଜବିହାରି ନାୟକ, ସମ୍ପାଦକ ଭାବେ ଆର୍ କେ ହୀରାଲାଲ, ଜଗତସିଂହପୁର ଜିଲ୍ଲା ସଭାପତି ରଞ୍ଜିତା ମହାନ୍ତି, ବାସୁ ମହାନ୍ତି, ପ୍ରଫୁଲ୍ଲ ସ୍ବାଇଁ, କୈଳାସ ପରିଡା, କୁନା ବାବୁ, ଟୁନା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରକାରର ସମସ୍ଯା ସମ୍ପର୍କରେ ଅବଗତ କରାଇବା ପାଇଁ ଆଲୋଚନା କରିଥିଲେ । ଜଗତସିଂହପୁର ଜିଲ୍ଲାର ପାର୍ବତୀ ଗଣନାଟ୍ଯର ପ୍ରଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ମହାପାତ୍ରଙ୍କୁ ଜଗତସିଂହପୁର ଜିଲ୍ଲାର ମୁଖ୍ୟ ଉପଦେଷ୍ଟା ଓ ଦୁର୍ଗାଶ୍ରୀ ଗଣନାଟ୍ଯର ପ୍ରଯୋଜକ ଶ୍ରୀ ପଦନ ନାୟକଙ୍କୁ ସହ ଉପଦେଷ୍ଟା ଭାବେ କମିଟି ପକ୍ଷରୁ ମନୋନୀତ କରାଯାଇଥିଲା । ଆଗାମୀ ଡିସେମ୍ବର ମାସ ୧୪ତାରିଖ ସୁଦ୍ଧା ରାଜ୍ୟ ସରକାର ଯାତ୍ରୀ କଳାକାର ମାନଙ୍କ ପାଇଁ କିଛି ସୁବ୍ୟବସ୍ଥା ନ କରନ୍ତି ତେବେ ଆଗାମୀ ଡିସେମ୍ବର ମାସ ୧୬ତାରଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଯାତ୍ରା କଳାକାର ସଂଘ ପକ୍ଷରୁ ଆମ ଯୁଗାବ୍ଦସାମ୍ବାଦିକା ଅନସୂୟା ରାଉତଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ