ବିଧାନ ସଭା ସମ୍ମୁଖରେ ମା ପୁଅଙ୍କ ଆତ୍ମା ହତ୍ୟା ଘଟଣା

ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳର ମା ଓ ପୁଅ ବିଧାନସଭା ପଛପଟ ଇଡ୍ କଲ୍ ରାସ୍ତାରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀ ଉଭୟଙ୍କୁ ଉଦ୍ଧାର କରିଥିଲେ । ଏହି ଖବର ପାଇ ଜଗତସିଂହପୁର ଯୁଗାବ୍ଦ ପ୍ରତିନିଧି ଅନସୂୟା ରାଉତ କୁଜଙ୍ଗ ଥାନାରେ ପହଞ୍ଚି ଥିଲେ । ଖବର ଅନୁସାରେ ସୁଲୋଚନା ଦାସ ଓ ସୁବ୍ରତ ଦାସ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥାୟୀ ବାସିନ୍ଦା ଅଟନ୍ତି । ତାଙ୍କ ପରିବାର କୁଜଙ୍ଗ ଅଞ୍ଚଳରେ ଏକ କମ୍ପାନୀ ଘରେ ରହୁଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗତବର୍ଷ ସୁଲୋଚନା ଦାସଙ୍କ ପୁଅ ନିଜ ସାଙ୍ଗ ସହିତ ବାଇକ୍ ମାଧ୍ୟମରେ ଯାଉଥିଲେ । ତିର୍ତ୍ତୋଲ ଠାରେ ଉଭୟ ସାଙ୍ଗ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲେ । ଖବର ପାଇ ତିର୍ତ୍ତୋଲ ଥାନା ତରଫରୁ ମଣିଜଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଉଭୟଙ୍କ ଚିକିତ୍ସା କରାଯାଇ ଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତିର୍ତ୍ତୋଲ ଥାନା ତରଫରୁ ୨୦୫/୧୯କେସ୍ ରୁଜୁ କରାଯାଇ୨୭୯,୩୦୯, ୩୩୭,ଦଫା ଲଗାଇ କୁଜଙ୍ଗ ପୋଲିସ ତଦନ୍ତ ଜାରି ରଖିଛନ୍ତି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଗୋଟିଏ ପଟେ ମା ଟି ତାର ଜନ୍ମିତ ସନ୍ତାନ ହତ୍ୟାର ଅପରାଧୀ ମାନଙ୍କୁ ଧରି ଦଣ୍ଡଦେବାକୁ ଆତ୍ମ ହତ୍ୟା ପରି ପଦକ୍ଷେପ ନେବାକୁ ଯାଉଥିବା ବେଳେ ତଦନ୍ତ ଘଟଣା ଭିନ୍ନ ପ୍ରକାରର ଲାଗୁଛି । ଭବିଷ୍ୟତରେ ଉକ୍ତ ଘଟଣା କିପରି ମୋଡ ନେବ ଏ ସମସ୍ତ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ