ଚୋରା ଗଞ୍ଜେଇ ମାଫିଆଙ୍କ ଦ୍ୱାରା ଏହି ବିସ୍ତିର୍ଣ୍ଣ ବଣ ପାହାଡ ଘେରା ଅଞ୍ଚଳରେ ଗଞ୍ଜେଇ ଚାଷ
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଏକ ନିତି ଦିନିଆ ବ୍ୟବସାୟରେ ପରିଣତ ହୋଇ ଗଜପତି ଜିଲ୍ଲା ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେକ ଦୁର୍ନିତୀ ଗ୍ରସ୍ତ ବିଭିନ୍ନ କର୍ମଚାରୀ, ସ୍ୱାର୍ଥନ୍ୱେଷୀ ରାଜନେତା ଓ ଦଲାଲ ମାନଙ୍କ ସମ୍ପୂର୍ଣ୍ଣ ସହାୟତାରେ ଚୋରା ଗଞ୍ଜେଇ ଚାଷ ଓ କାରବାର ଗତ ବହୁ ବର୍ଷ ଧରି ଚାଲି ଆସିଛି । ବିଭିନ୍ନ ଚଢାଉ ପୂର୍ବରୁ ମାଫିଆ ମାନଙ୍କ ନିକଟରେ ଏହାର ଖବର ପହଞ୍ଚୁଥିବା ଯୋଗୁଁ ଘଟଣାସ୍ଥଳରେ କେହି ଗିରଫ ହୋଇପାରୁ ନାହାନ୍ତି । ଜିଲ୍ଲା ପ୍ରଶାସନ ଓ ପୋଲିସ ଏଥିନେଇ ଆବଶ୍ୟକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରି ମାଫିଆ ମାନଙ୍କ ସହ ସେମାନଙ୍କୁ ଦଲାଲଗିରି କରୁଥିବା ଲୋକଙ୍କୁ ଜବତ କଲେ ଗଜପତିରେ ଗଞ୍ଜେଇର ଚୋରା କାରବାରକୁ ରୋକାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।


