ସାର୍ନା ଧର୍ମ କୋଡ ପ୍ରଦାନ କରାଯିବାକୁ ନେଇ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ର ମଝିଗାଁ ସ୍ଥିତ “ଅଲ ଇଣ୍ଡିଆ ସାର୍ନା ଧରମ ଚେମେଦ୍ ଆଶ୍ରା’ ସଂଗଠନ ପକ୍ଷରୁ ସଂଗଠନର ସଭାପତି ଶମ୍ଭୁ ମୁର୍ମୁ’ଙ୍କ ନେତୃତ୍ବରେ ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଆସନ୍ତା ଜନଗଣନା ପୂର୍ବରୁ ଆଦିବାସୀଙ୍କ ଉଦ୍ଧେଶ୍ୟରେ ସାର୍ନା ଧର୍ମ କୋଡ ପ୍ରଦାନ କରାଯିବାକୁ ନେଇ ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ଧର୍ମ କୋଡ ପ୍ରଦାନ କରାଯିବାକୁ ଦାବି କରାଯାଇ ଆସୁଥିଲାବେଳେ ଆଜି ଝରାଡିହି ର ମଝିଗାଁ ସ୍ଥିତ ଅଲ୍ ଇଣ୍ଡିଆ ସାର୍ନା ଧରମ ଚେମେଦ୍ ଆଶ୍ରା ପକ୍ଷରୁ ବହଳଦା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ସଂଗଠନର ସଭାପତି ଶମ୍ଭୁ ମୁର୍ମୁ’ଙ୍କ ନେତୃତ୍ବରେ ବହଳଦା ସ୍ଥିତ ମୁର୍ମୁ ଛୋକରୁ ଏକ ଶୋଭାଯାତ୍ରାରେ ବହଳଦା ବ୍ଲକ କାର୍ଯ୍ୟାଳୟ କୁ ପହଞ୍ଚି ବହଳଦା ବିଡିଓ ଶ୍ରୀଯୁକ୍ତ ହେମନ୍ତ ନାୟକ’ଙ୍କୁ ବିଭିନ୍ନ ଦାବି ଉଲ୍ଲେଖିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ସ୍ମାରକ ପତ୍ରରେ ଆଦିବାସୀଙ୍କ ସୂରକ୍ଷା ଉଦ୍ଧେଶ୍ୟରେ ସାର୍ନା ଧର୍ମ କୋଡ କୁ ମାନ୍ୟତା ଦିଆଯିବାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ବହୁମତରେ ପାରିତ କରାଯାଇ କେନ୍ଦ୍ର ସରକାରଙ୍କୁ ଅନୁମୋଦନ ସକାଶେ ପଠାଇବା,ବଣ ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୂରକ୍ଷା,ଆଦିବାସୀଙ୍କ ପ୍ରମୁଖ ପର୍ବ ପର୍ବାଣି ଗୁଡିକରେ ରାଜ୍ୟ ସ୍ତରରେ ଛୁଟି ପ୍ରଦାନ ଏବଂ ଆଦିବାସୀଙ୍କ ପୂଜାସ୍ଥଳୀ ଜାହେର ଗାଳ୍ ଥାନ୍ ଗୁଡିକର ସୂରକ୍ଷା ଇତ୍ୟାଦି ପ୍ରମୁଖ ଦାବି ଗୁଡିକୁ ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସଭାପତି ଶ୍ରୀ ମୁର୍ମୁ’ଙ୍କ ସହିତ ଉପସଭାତି କାହ୍ନୁରାମ ଟୁଡୁ,ନୀଳମଣୀ ମୁର୍ମୁ,ଅଜେନ ଟୁଡୁ,ବୁଢାନ ସୋରେନ୍,ଛୋଟରାୟ ସୋରେନ୍,ବିଷ୍ଣୁ ମୁର୍ମୁ,ସାଲ ମାର୍ଣ୍ଡି,ବିଷ୍ଣୁ ମାର୍ଣ୍ଡି,ଜିତରାୟ ଟୁଡୁ,କାରିଆ ମାର୍ଣ୍ଡି,ମଙ୍ଗଲ ମୁର୍ମୁ,ଶିବୁ ସୋରେନ୍ ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ