ଚକ୍ରାପାଢୀ ପ୍ରିମିୟର ଲିଗ୍ ଉଦ୍ଯାପିତ: ମରିଚିପଦା ଇଲେଭେନ୍ ଚମ୍ପିୟନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ ଚକ୍ରାପାଢୀ ଠାରେ ଚକ୍ରାପାଢୀ ପ୍ରିମିୟର ଲିଗ୍ ଉଦ୍ଯାପିତ ହୋଇଯାଇଛି । ୫ ଦିନ ଧରି ଚାଲିଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ବାବା ସିନ୍ଧୁକେଶ୍ୱର ଅଣିଜୋ ଓ ମରିଚିପଦା ଇଲେଭେନ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିତି ବାବା ସିନ୍ଧୁକେଶ୍ୱର ଅଣିଜୋ ନିର୍ଦ୍ଧାରିତ ଓଭରରେ ୧୨୪ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ମରିଚିପଦା ଇଲେଭେନ୍ ୫ ଉଇକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ସଭାରେ ଧରଣୀଧର କର ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଆଇନଜୀବି ବସନ୍ତ ଖିଲାର, ସମ୍ମାନୀତ ଅତିଥି ଭାବେ ଅଣିଜୋ ସରପଞ୍ଚ ଜଗବନ୍ଧୁ ବେହେରା, ଚାରିଗାଁ ସରପଞ୍ଚ ବନମାଳୀ ବେହେରା, ସମାଜସେବୀ ଜୟଦେବ ସାହୁ, ତପନ କୁମାର କର, ଦୟାନିଧି କର, ଗୌତମ ଜେନା, ସୁବାଷ ଭୋଳ ଯୋଗ ଦେଇଥିଲେ । ଅତିଥି ମାନେ ବିଜୟୀ ଓ ରନର୍ସ ଅଫ ଦଳକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥିଲେ । ଧର୍ମେନ୍ଦ୍ର ପାଣିଗ୍ରାହୀ, ଅଶୋକ ଜେନା ଅମ୍ପାୟର ଦାୟୀତ୍ୱ ତୁଲାଇଥିଲେ । ଟୁଲୁ ଜେନା, ଜଗତ କଲ୍ୟାଣ କର, କ୍ଷୀରୋଦ ଜେନା, ସୁଧାଂଶୁ ଜେନା, ସିପା ଜେନା, ଜିତେନ୍ଦ୍ର ପାଣିଗ୍ରାହୀ, ବୁଲୁ ନନ୍ଦୀ, ଗଣେଷ ମଣ୍ଡଳ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହାୟତା କରିଥିଲେ ।