ମହୁଲି ମଦ ଜବତ ; ଜଣେ ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଜିଲ୍ଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ନିର୍ଦ୍ଦେଶକ୍ରମେ ଗତ ରବିବାର ଦିନ ଭଣ୍ଡାରିପୋଖରୀ ବସ ଷ୍ଟାଣ୍ଡ ନିକଟରେ ଚଢାଉ କରାଯାଇଥିଲା । ଅବକାରୀ ମୋବାଇଲ ଟିମର ଇନସସ୍ପେକ୍ଟର ସ୍ପନ୍ଦନ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ଚଢାଉ ବେଳେ ବସଷ୍ଟାଣ୍ଡ ନିକଟରୁ ୬୦ଲିଟର ମହୁଲି ମଦ ସହିତ ଏକ ମୋଟରସାଇକେଲ ଜବତ କରାଯାଇଥିଲା । ଏଥିସହ ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୋଗରେ ଜଣକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏନେଇ ଓଡିଶା ଅବକାରୀ ଆଇନ ଅନୁଯାୟୀ ୧୦୬/୨୦ରେ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ