ପିପିଏଲ ଡିଏଭି ପକ୍ଷରୁ ଫିଟ୍ ଇଣ୍ଡିଆ ସାଇକ୍ଳୋଥନ କାର୍ଯ୍ୟକ୍ରମ
ପାରାଦ୍ୱୀପ, (ପୀତବାସ ପ୍ରଧାନ):ପାରାଦ୍ୱୀପ ପିପିଏଲ ସାର କାରଖାନା ପରିସର ମଧ୍ୟରେ ଥିବା ଡିଏଭି ପବ୍ଳିକ ସ୍କୁଲ ପକ୍ଷରୁ ଶନିବାର ଦିନ ଫିଟ୍ ଇଣ୍ଡିଆ ସାଇକ୍ଳୋଥନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପିପିଏଲ ସାର କାରଖାନାର ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରାକାରଙ୍କ ଏହି ଫିଟ୍ ଇଣ୍ଡିଆ ସାଇକ୍ଳୋଥନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ସାଇକେଲ ଚାଳନାର ଉପକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିପିଏଲ ମୁଖ୍ୟ ସୁରକ୍ଷା ଅଧିକାରୀ ଅରୁନ୍ କାନ୍ତି ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ଫିଟ୍ନେସର ଗୁରୁତ୍ୱ ସମ୍ପର୍କରେ କହିଥିଲେ । କୋଭିଡ୍-୧୯ ସମୟରେ ବିଦ୍ୟାଳୟର ଏହି ଫିଟ୍ ଇଣ୍ଡିଆ ସାଇକ୍ଳୋଥନ୍ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅନଲାଇନ୍ ମାଧ୍ୟମରେ ଉପଭୋଗ କରିଥିଲେ । ଡିଏଭି ପିପିଏଲ ସ୍କୁଲର ଏତାଦୃଶ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁଙ୍କ ପ୍ରଚେଷ୍ଠାକୁ ସମସ୍ତେ ପ୍ରଶଂସା କରିଥିଲେ । ଭାରତ ସରକାରଙ୍କ ଯୁବ ତଥା କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସାଇକ୍ଳୋଥନ୍ ଡିସେମ୍ବର ୭ତାରିଖ ରୁ ୩୧, ୨୦୨୦ ମଧ୍ୟରେ ପାଳନ କରିବାକୁ ସ୍କୁଲ ମାନଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରୀ କରିଥିଲେ । ସମସ୍ତ କୋଭିଡ୍ ନିୟମକୁ ପାଳନ କରି ପିପିଏଲ ଡିଏଭି ସ୍କୁଲ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶାଶ୍ୱତ କୁମାର ଭାରତୀୟ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।


