ଡିସେମ୍ବର ୧୪ କୃଷକ ଆନ୍ଦୋଳନକୁ ସଫଳ କରିବାକୁ କଂଗ୍ରେସର ନିବେଦନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କେନ୍ଦ୍ର ସରକାରଙ୍କ ୩କଳା ଆଇନ ବିରୋଧରେ ଜନ ସମର୍ଥନ ପାଇଁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମୀଳନିରେ ଓଡିଶା ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଓ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ ଏଥିରେ ଯୋଗଦେଇ କୃଷକ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ଡିସେମ୍ବର ୧୪ ତାରିଖ ପ୍ରତ୍ୟେକ ଜିଲ୍ଲାରେ ହେବାକୁଥିବା ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । କେନ୍ଦ୍ରର ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ରାଜ୍ୟ ସରକାର ବର୍ତ୍ତମାନର ସର୍ବ ନିମ୍ନ ସହାୟକ ନୂଲ୍ୟ ସହ ଅତିରିକ୍ତ ୫ଶହ ଟଙ୍କା ବୋନସ ପ୍ରଦାନ ପାଇଁ ଦାବୀ କରାଯାଇଛି । ଏହା ସହ ଆସନ୍ତା ଡିସେମ୍ବର ୧୫ରୁ ଗଜପତି ଜିଲ୍ଲାରେ ମଣ୍ଡି ଖୋଲିବାକୁ ବି ଦାବୀ କରାଯାଇଛି । ଦେଶର ଜିଡିପି ବଦ୍ଧିରେ କୃଷକ ମାନଙ୍କର ମୁଖ୍ୟ ଭୂମିକାଥିବାବେଳେ କୃଷକ ମାନଙ୍କ ପାଇଁ କାହିଁକି ଅବହେଳା ବୋଲି ପ୍ରଶ୍ନ କରାଯାଇଛି । ବିମୁଦ୍ରିକରଣ, ଜିଏସ୍ଟି ନାମରେ ବିରାଟ ଠକେଇ, ତ୍ରୁଟିପୂର୍ଣ୍ଣ ଶିକ୍ଷା ନୀତି ପରେ ଏବେ ବହୁରଷ୍ଟ୍ରୀୟ କମ୍ପାନୀଙ୍କ ଫାଇଦା ପାଇଁ ଚାଷୀ ମାନଙ୍କୁ ସର୍ବସ୍ୱାନ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ହୀନ ଷଡଯନ୍ତ୍ର କରିଛନ୍ତି ବୋଲି ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି.ଚନ୍ଦ୍ରଶେଖର ନାଇଡୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ଗଂଜାମ ଜିଲ୍ଲା କୃଷକ କଂଗ୍ରେସର ସଭାପତି ବୃନ୍ଦାବନ ଖଟେଇ, ଶିବରାମ ପାତ୍ର, କୁନା ମାଝୀ, ଛାତ୍ର ନେତା ପତିତ ଗନ୍ତାୟତ, ତଥସତ ସୁବୁଦ୍ଧି, ମନୋଜ ସାହୁ ପ୍ରମୁଖ ଉପସ୍ଥିତଥିଲେ ।


