ଯୁବକ ସଂଘର ପରିଚାଳନା କମିଟି ବୈଠକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ଠାରେ ଗଠିତ ହୋଇଥିବା ମା ମଙ୍ଗଳା ଯୁବକ ସଂଘର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଧିରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍ସାହୀ ଯୁବବନ୍ଧୁମାନେ ଉପସ୍ଥିତ ରହି କ୍ଲବ ପକ୍ଷରୁ ସମସ୍ତ ଜନକଲ୍ୟାଣାକାରୀ କାର୍ଯ୍ୟ ହାତକୁ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ । ନବଗଠିତ କମିଟିର ସଭାପତି ଭାବେ ଉଲ୍ଲାସ ଖଟୁଆ, ସମ୍ପାଦକ ଭାବେ ମନୋରଞ୍ଜନ ରାଉତ, ସହ ସମ୍ପାଦକ ଭାବେ ବିରେନ୍ଦ୍ର ନାୟକ, ଉପସଭାପତି ଭାବେ ମଧୁସୂଦନ ନାୟକ ଓ କୋଷାଧ୍ୟକ୍ଷ ଭାବେ ସୁନିଲ ଦତ୍ତ ମନୋନୀତ ହୋଇଥିଲେ । ସେହିଭଳି ସଭାପତିଙ୍କ ଅନୁମୋଦନକ୍ରମେ କାର୍ଯ୍ୟକାରୀ ସଦସ୍ୟ ଭାବେ ଦିପ୍ତି ରଞ୍ଜନ ରାଉତ, କମଳେସ ଜେନା, ରାଜେଶ ସାମଲ, କାର୍ତ୍ତିକ ରାଉତ, ଶଙ୍କର୍ଶଣ ବେହେରା, ରଞ୍ଜନ ଗାହାଣ ଓ ଅମ୍ରେସ ନାୟକଙ୍କୁ ମନୋନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ