ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ କାର୍ଯ୍ୟକ୍ରମ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମ ସଂଘ କାର୍ଯ୍ୟାଳୟ ପରିସରରେଅନୁଷ୍ଠିତ ହୋଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ସିଏଚ୍.ସୂର୍ଯ୍ୟ ନାରାୟଣ ରେଡ୍ଡୀ ନବ ନିର୍ବାଚିତ ସଭାପତି ପ୍ରଦୀପ କୁମାର ପାଢୀ, ସଂପାଦକ ଏଲ୍.ଗୋପାଲ ରାଓ,ଉପସଭାପତି ଡମିନାଥ ସାହୁ ଓ ଲାଇବ୍ରେରୀ ଓ ସେମିନାର ସଂପାଦକ ସୁରେଶ ପଟ୍ଟନାୟକ ଙ୍କୁ ଶପଥ ପାଠ କରାଇଥିଲେ । ଏଥିରେ ସହକାରୀ ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ସାହୁ ଓ ସଂଜୟ କୁମାର ବେହେରା ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଅମରେଶ ପ୍ରସାଦ ମିଶ୍ର, ସୂର୍ଯ୍ୟନାରାୟଣ ସାମନ୍ତରାୟ, ରଘୁନାଥ ମହାନ୍ତି, ଗୋକୁଳ ଚନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ଚୌଧୂରୀ, କେ.ଶିବରାମ ରେଡ୍ଡୀ, ରାମଚନ୍ଦ୍ର ବେହେରା, ଦେବନ୍ଦ୍ର ମିଶ୍ର, ରାମକୃଷ୍ଣ ଦାଶ, ସୁରେଶ ସେନାପତି, ସଚି ପଟ୍ଟନାୟକ, ଗଙ୍ଗାଧର ପଣ୍ଡା, ସୌରୀପ୍ରସାଦ ବେହେରାଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।


