୫ ଲିଟର ଦେଶୀ ମଦ ଜବତ
ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ଥାନା ଅଧିନ ରାମଚନ୍ଦ୍ରପୁର ଗ୍ରାମରେ ପୋଲିସ ଚଢାଉ କରି ୫ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ପ୍ରକାଶ ଯେ, ସଖିପାଟଣା, ରାମଚନ୍ଦ୍ରପୁର, ଗୋବିନ୍ଦପୁର ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ରାମଚନ୍ଦ୍ରପୁର ଗ୍ରାମର ନୃସିଂହ ପାତ୍ର ବେଆଇନ ଦେଶୀ ମଦ ବିକ୍ରି କରୁଥିବା ବେଳେ ତାଠାରୁ ୫ ଲିଟର ଦେଶୀ ମଦ ଜବତ କରାଯିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ଏନେଇ ପୋଲିସ କେସ ନଂ-୧୭୭/୨୦ରେ ଏକ ମାମଲା ରୁଜ୍ଜୁ କରିଛି ।


