ବିଡିଓଙ୍କ ବିୟୋଗରେ ଶୋକସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଦ୍ରକ ବିଡିଓ ଦାମୋଦର ଖୁଣ୍ଟିଆଙ୍କ ଗତ ବୁଧବାର ରାତିରେ ହୃଦଘାତ ଯୋଗୁ ପରଲୋକ ଘଟିଛି । ଦିବଗଂତ ଆତ୍ମାର ସଦଗତି ପାଇଁ ଆଜି ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ବିଡିଓ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, କନିଷ୍ଠ ଯନ୍ତ୍ରୀ ଦିବାକର ସାହୁ, ସ୍ୱର୍ଣ୍ଣମୟୀ ପଣ୍ଡା, ଜିପିଓ ମୀନକେତନ ବାରିକ ପ୍ରମୁଖ ଉପସ୍ଥିତ ରହି ଦିବଗଂତ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରୋଜ ପାଣିଗ୍ରାହୀ, ଗିରିଜା ଶଙ୍କର ସାହୁ, ସୁଧାଂଶୁ ପାଢୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଶୋକ ପ୍ରକଟ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।


