ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗର ତଦନ୍ତ କଲେ ବିଇଓ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତ ଅଧିନସ୍ଥ ଅଢ଼େଇଦ୍ୱାର ମତାବାଜ ସ୍କୁଲର ପ୍ରଧାନ ଶିକ୍ଷକ ସ୍କୁଲର ଅନୁଦାନ ଅର୍ଥକୁ ବାଟମାରଣା କରିଥିବା ଗ୍ରାମବାସୀ ଓ ଅଭିଭାବକମାନେ ଅଭିଯୋଗ କରିବାପରେ ହାଟଡିହି ବିଇଓଙ୍କ ଦ୍ୱାରା ଆଜି ଏହାର ତଦନ୍ତ କରାଯାଇଛି । ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ଏବିଇଓ ସୁରେଶ କୁମାର ଜେନା, ଏବିଇଇଓ ଧନେଶ୍ୱର ଖଣ୍ଡେଇ ପ୍ରମୁଖ ଉକ୍ତ ସ୍କୁଲରେ ପହଞ୍ଚି ସ୍କୁଲର ରେକର୍ଡପତ୍ର ଯାଞ୍ଚ କରିଥିଲେ । ଏହି ସମୟରେ ଅନେକ ଅନିୟମିତତା ହୋଇଥିବା ସମ୍ପର୍କରେ ଅଧିକାରୀମାନେ ଜାଣିବାକୁ ପାଇଥିଲେ । ଗ୍ରାମବାସୀମାନେ ମଧ୍ୟ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଉକ୍ତ ସ୍କୁଲରୁ ବଦଳି କରିନେବାକୁ ଦାବିକରି ଦୀର୍ଘସମୟ ଧରି ଗେଟ ନିକଟରେ ବସିରହିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ସ୍କୁଲର ବର୍ତ୍ତମାନର ପ୍ରଧାନଶିକ୍ଷକ ବିଦ୍ୟାଳୟରେ ବ୍ୟାପକ ଆର୍ôଥକ ଅନିୟମିତତା କରିବାସହ ଗତ ଜାନୁୟାରୀ ଓ ମାର୍ଚ୍ଚ ମାସରେ କମିଟି ସଭ୍ୟସଭ୍ୟାଙ୍କ ଦସ୍ତଖତକୁ ଜାଲକରି ଅନୁଦାନ ଟଙ୍କାକୁ ଉଠାଇ ନେଇଛନ୍ତି । ସେହିପରି ଇକୋ କ୍ଲବ ପାଇଁ ଆସିଥିବା ୧୫ହଜାର ଟଙ୍କାର ଅନୁଦାନକୁ ମଧ୍ୟ ସମସ୍ତଙ୍କ ଅଜାଣତରେ ଉଠାଇ ନେଇ ଯାଇଥିବା ଅଭିଯୋଗ କରିଥିଲେ । ଏପରିକି ପୁର୍ବର ପ୍ରଧାନ ଶିକ୍ଷକଙ୍କ ସମୟରେ ବଳକାଥିବା ୩୪ହଜାର ଟଙ୍କାର କୌଣସି ହିସାବ ବର୍ତ୍ତମାନର ପ୍ରଧାନ ଶିକ୍ଷକଙ୍କ ନିକଟରେ ନାହିଁ । ଛାତ୍ରଛାତ୍ରୀଙ୍କ ଅଧିକ ଉପସ୍ଥାନ ଦେଖାଇ ମଧ୍ୟାହ୍ନ ଭୋଜନ ଅନୁଦାନ ମଧ୍ୟ ହରିଲୁଟ ହୋଇଥିବା ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଗ୍ରାମର ନିରାକାର ବେହେରା, ଶକୁନ୍ତଳା ପାଣିଗ୍ରାହୀ, ମନୋରମା ସେଠୀ, ରାଧା ବେହେରା, କାର୍ତ୍ତିକ ଜେନା, ହେମଲତା ସାହୁ, ପବିତ୍ର ଜେନା, ବସନ୍ତ ବେହେରା, ସନ୍ଧ୍ୟାରାଣୀ ଜେନା ପ୍ରମୁଖ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଅଭିଯୋଗ କରିବାପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ଆଜି ବିଇଓ ଏହାର ତଦନ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ