ବିବାହିତ ଯୁବକଙ୍କ ଆତ୍ମହତ୍ୟା

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ଭିଷ୍ମଗିରୀ ଗ୍ରାମ ଦଳିତ ସାହି ବାସିନ୍ଦା ଭରତ ନାୟକ ଙ୍କ ଘର ବାରିପଟ ସଜନା ଗଛ ରେ ତାଙ୍କ ଜ୍ବାଇଁ ପ୍ରକାଶ ନାୟକ ଆତ୍ମହତ୍ୟା କରିଛନ୍ତି।  ରବିବାର ସକାଳେ ପୋଲିସ ଗାଁ ରେ ପହଞ୍ଚି ଶବ ଜବତ କରିଛନ୍ତି।ମୃତକ ଜଣକ ହେଲେ ପାଟପୁର ଥାନା ଭୁଡୁକି ଗ୍ରାମର ପ୍ରକାଶ ନାୟକ। ପ୍ରକାଶ  ଭିଷ୍ମଗିରୀ ଗ୍ରାମର ଭରତ ଙ୍କ କନ୍ୟା ରୁନୁ ନାୟକ ଙ୍କୁ ବିବାହ କରିଥିଲେ।ଗତ ୩ ଦିନ ପୂର୍ବେ  ତାଙ୍କ ର ପୁଅ ଜନ୍ମ ହେବାରୁ ସେ ଖୁସିରେ ଆତ୍ମହରା ହୋଇ ୩ ଦିନ ହେଲା ଦିନରାତି  ମଦ ପିଉଥିଲେ। ଶନିବାର ରାତିରେ ସେ ପ୍ରଚୁର ମଦ ପିଇ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଏବଂ ଶାଶୁ ଙ୍କୁ ମାରଧର  କରିଥିଲେ। ପରେ  ରାତିରେ ଶାଶୁଘର ବାରିପଟେ ଥିବା ସଜନା ଗଛ ରେ ଚଢି ତାଙ୍କ ଲୁଙ୍ଗି ବେକରେ ବାନ୍ଧି ଆତ୍ମହତ୍ୟା କରିଥିଲେ। ସ୍ଵାମୀଙ୍କ ପାଟି ଶୁଣି ସ୍ତ୍ରୀ ଏବଂ ଆଖପାଖ ଲୋକେ ତାଙ୍କୁ ଗଛ ରୁ ତଳକୁ ଓହ୍ଲାଇ ପାଣି ଦେବା ପରେ ସେ ମୃତ୍ୟୁବରଣ କରିଥିଲେ।ଖବରପାଇ ରବିବାର ସକାଳେ ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ସଦଳବଳ ଭିଷ୍ମଗିରୀ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିଥିଲେ। ସ୍ତ୍ରୀ ରୁନି ଙ୍କ ରିପୋର୍ଟ କ୍ରମେ ଥାନା ଅପମୃତ୍ୟୁ ମାମଲା ନଂ. ୧୬/୨୦ ଅନୁଯାୟୀ ଅପରାହ୍ନ ରେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ