ଏସଏଚଜି ପକ୍ଷରୁ ଧାନକିଣା ଆରମ୍ଭ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ସ୍ଥିତ ମା ମନ୍ତ୍ରବାସିନୀ ଏସଏଚଜି ପକ୍ଷରୁ ଧାନକ୍ରୟ ଆରମ୍ଭ ହୋଇଛି । ସଭାନେତ୍ରୀ ବାସନ୍ତୀ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଯୋଗଦେଇଥିଲେ । ଚଳିତବର୍ଷ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଧାନ କିଣା ଯାଉଥିବାବେଳେ ଶସ୍ୟର ମାନ ଉପରେ ଗୁରୁତ୍ୱ ଦିଆଯାଉଥିବା ଏସଏଚଜି ପକ୍ଷରୁ ଚାଷୀମାନଙ୍କୁ ସୂଚିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦିକା ସସ୍ମିତା ପାଲ, ଧାନକ୍ରୟ କମିଟି ସଦସ୍ୟ ଅଭୟ ବେହେରା, ମନୋରମା ବାରିକ, ସୁକାନ୍ତି ସାହୁ, ତିଳୋତ୍ତମା ବାରିକ, ରାଜକିଶୋର ପାଲ, ବିଭୂତିଭୂଷଣ ମହାପାତ୍ର, ଅଭୟ ପତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ