ଗାନ୍ଧି ତାଙ୍କ ଜୀବନରେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ
ମହାତ୍ମା ଗାନ୍ଧି ତାଙ୍କ ଜୀବନରେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ । ସେଥିରେ ଗୋଟିଏ ଇଂରାଜୀ ଓ ଅନ୍ୟଟି ହିନ୍ଦୀ ଫିଲ୍ମ । ବାପୁ ୧୯୪୪ରେ ପ୍ରଥମେ ହଲିଉଡ୍ ଫିଲ୍ମ “ମିଶନ୍ ଟୁ ମସ୍କା’ ଦେଖିଥିଲେ । ଏହା ୟୁଏସ୍ ଆମ୍ବାସେଡର୍ ଜାସେଫ୍ ଡେଭିସ୍ଙ୍କ ଜୀବନ ଉପରେ ଆଧାରିତ । ବାପୁଙ୍କୁ ଏହି ଫିଲ୍ମ ଦେଖିବାକୁ ତାଙ୍କ ସହିତ କାମ କରୁଥିବା ମୀରା ବେହନ୍ ରାଜି କରାଇଥିଲେ । ହେଲେ ଫିଲ୍ମରେ ଛୋଟ ଛୋଟ ଡ୍ରେସରେ ମହିଳାମାନଙ୍କୁ ଦେଖି ସେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ । ତାଙ୍କୁ ଏହି ଫିଲ୍ମ ଆଦୌ ପସନ୍ଦ ଆସି ନଥିଲା ।
ଏହାପରେ ଆର୍ଟ ଡାଇରେକ୍ଟର କନୁ ଦେଶାଇ ବାପୁଙ୍କୁ ଏକ ହିନ୍ଦୀ ଫିଲ୍ମ ଦେଖାଇବାକୁ ବିଚାର କରିଥିଲେ । ଏହି ଫିଲ୍ମର ନାଁ ଥିଲା “ରାମ ରାଜ୍ୟ’? ତେବେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତି କୁମାର ତାଙ୍କୁ କହିଥିଲେ ଯେ ଏ ଫିଲ୍ମଟି ଗାନ୍ଧିଜୀଙ୍କୁ ପସନ୍ଦ ଆସିବନି । ତଥାପି କନୁ ଦେଶାଇ ଆଗକୁ ବଢ଼ିଲେ ଓ ଗାନ୍ଧିଜୀଙ୍କୁ ଫିଲ୍ମଟିକୁ ଦେଖିବାକୁ ଅନୁରାଧ କରିଥିଲେ । ଗାନ୍ଧିଜୀ ତାଙ୍କ କଥାରେ ରାଜି ହୋଇଥିଲେ । ସେତେବେଳେ କୁଆଡ଼େସେ କନୁଙ୍କୁ କହିଥିଲେ ଯେ ସେ ଏକ ଇଂରାଜୀ ଫିଲ୍ମ ଦେଖି ଗାଟିଏ ଭୁଲ୍ କରିସାରିଛନ୍ତି । ତେଣୁ ଏବେ ଏକ ହିନ୍ଦୀ ଫିଲ୍ମ ଦେଖିବାକୁ ହେବ ।
ଏହାପରେ ୧୯୪୪ ଜୁନ୍ ୨ରେ ଫିଲ୍ମଟିର ସ୍କ୍ରିନିଂ କରାଯାଇଥିଲା । ପ୍ରଥମେ ଏହି ଫିଲ୍ମକୁ ମାତ୍ର ଅଧାଘଣ୍ଟା ଦେଖିବାକୁ ଗାନ୍ଧିଜୀ ଯୋଜନା କରିଥିଲେ । ହେଲେ ସେ ଫିଲ୍ମଟିକୁ ପୂରା ଦେଖିଥିଲେ । କିନ୍ତୁ ଶାନ୍ତି କୁମାରଙ୍କ ଅନୁଯାୟୀ, ବାପୁଙ୍କୁ ଏହି ଫିଲ୍ମ ଆଦୌ ପସନ୍ଦ ଆସି ନଥିଲା । ଫିଲ୍ମରେ ଜୋର୍ ଆୱାଜ୍ ଓ ଚିକ୍ରାରକୁ ସେ ନାପସନ୍ଦ କରିଥିଲେ ।
କୁହାଯାଏ, ଗାନ୍ଧି ସେହି ସମୟରେ ଫିଲ୍ମର କନସେପ୍ଟକୁ ଗ୍ରହଣ କରିପାରି ନଥିଲେ । ସେ କେବେ ବି ମାନି ନଥିଲେ ଯେ ଫିଲ୍ମ ଜରିଆରେ ସମାଜକୁ ଶିକ୍ଷା ମଧ୍ୟ ଦିଆଯାଇପାରିବ । ଫିଲ୍ମ ଜଗତର ଜାକଜମକକୁ ସେ ଆଦୌ ପସନ୍ଦ କରୁ ନଥିଲା । ସେ ଖବରକାଗଜରେ ଗ୍ଲାମରସ୍ ଷ୍ଟାରଙ୍କ ଫଟୋକୁ ବି ପସନ୍ଦ କରୁ ନଥିଲେ ।


