ସୁଶାସନ ଦିବସ ପାଳିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ପାଳନ ଅବସରରେ ସୁଶାସନ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବାରିକପୁର କଲେଜ ପରିସରେ ଅନୁଷ୍ଠିତ ଉତ୍ସବରେ ବାଜପେୟୀ ସ୍ମୃତି କମିଟି ସମ୍ପାଦକ ରବିନାରାୟଣ ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଅଞ୍ଜଳିର ସମ୍ପାଦକ ପ୍ରକାଶ ମହାପାତ୍ର ଯୋଗଦେଇ ବାଜପେୟୀଙ୍କ ଜୀବନୀ, ସାହିତ୍ୟ ଓ ରାଜନୈତିକ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀବତ୍ସ କରଶର୍ମା, ପୂର୍ଣ୍ଣଚନ୍ଦ୍ର ଖିଲାର, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ତପସ୍ୱିନୀ ମହାପାତ୍ର, ଆଇନଜିବୀ ବନମାଳୀ ଜେନା ପ୍ରମୁଖ ବାଜପେୟୀଙ୍କ ଗୁଣାବଳୀ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସରପଞ୍ଚ ଜଗବନ୍ଧୁ ଦାସ ସ୍ୱାଗତ ଭାଷଣ ଓ ଜୟସ୍ମିତା ଗୋଚ୍ଛାୟତ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ମଣ୍ଡଳ ସଭାପତି ଗିରିଶ ସାମଲ, ଖଗେଶ୍ୱର ବେହେରା, ନବକିଶୋର ବଳ, ରୁକ୍ମଣୀ ଦାସ, ଅକ୍ଷୟ ମହାନ୍ତି, ସୁଶାନ୍ତ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ