ଗଜପତିରେ ନାବାଳିକାଙ୍କୁ ଅସଦାଚରଣ,ଜଣେ ଅଟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ୮ବର୍ଷର ଜଣେ ନାବାଳିକାଙ୍କୁ ଅସଦାଚରଣ ଘଟଣାରେ କାଶୀନଗର ପୋଲିସ ଜଣକୁ ଅଟକ ରଖି ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଗତକାଲି ରାତ୍ରରେ ବଡଦିନ ପାଳନ ଅବସରରେ ଡି.ଜେ ବଜାଇ ନୃତ୍ୟ ଗୀତର ଆସର ଚାଲିଥିଲା ।ଏହି ସମୟରେ ୮ବର୍ଷର ଜଣେ ନାବାଳିକାଙ୍କୁ କେହି ଜଣେ ଜବରଦସ୍ତି ଟାଣିନେଇ ଅସଦାଚରଣ କରିବା ବେଳେ ନାବାଳିକାର ପାଟି ଶୁଣି କିଛି ଲୋକ ଘଟଣା ସ୍ଥଳରେ ଲୋକେ ପହଞ୍ଚିବା ଦେଖି ଅସଦାଚରଣ କରୁଥିବା ଜଣକ ଅନ୍ଧାରରେ ଦୌଡି ଚାଲିଯାଇଥିଲା । ଏହି ଘଟଣା ନେଇ କାଶୀନଗର ଥାନାରେ ଏତଲା ହେବା ପରେ ପୋଲିସ ଏହାର ତଦନ୍ତ କରିଥିଲେ । କାଶୀନଗର ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ଜଣାଇଛନ୍ତି,ଏ ନେଇ ଥାନାରେ ୧୨୫/୨୦ରେ ମାମଲା ରୁଜୁ କରାଯଇ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ଅଟକ ରଖାଯାଇ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ