ପାରାଦୀପ ନିକଟସ୍ଥ ସମୁଦ୍ରରେ ବାଳକ ନିଖୋଜ
ପାରାଦୀପ,(ପିତବାସ ପ୍ରଧାନ): କୁଜଙ୍ଗ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତ ର ଡମପଡା ଗ୍ରାମର ଅଶୋକ କୁମାର ପ୍ରଧାନଙ୍କର ୧୦ ବର୍ଷର ପୁଅ ସିଦ୍ଧାନ୍ତ ପ୍ରଧାନ (ସିପୁ )ପାରାଦିପ ତୈଳ ବିଶୋଧନାଗାର ଦକ୍ଷିଣ ଫାଟକ ନିକଟରେ ଥିବା ସମୁଦ୍ର କୂଳରେ ଆଜି ଡିସେମ୍ବର ୨୬ ତାରିଖ ଅପରାହ୍ନ ୪ଟା ୨୦ ସମୟରେ ପିତାମାତା ସହିତ ବୁଲିବାକୁ ଯାଇଥିଲା । ସମୁଦ୍ର ପାଣିରେ ଗାଧୋଉ ଥିବା ସମୟରେ ଗୋଟିଏ ଉଚ୍ଚା ଲହରୀ ଆସି ସିପୁ ପ୍ରଧାନ କୁ ସମୁଦ୍ର ଭିତରକୁ ଟାଣି ନେଇ ଥିଲା ଏବଂ ଚାହୁଚାହୁଁ ସେ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲା ।ପାଖରେ ଥିବା ଲୋକମାନେ ଉଦ୍ଧାର କରିବାକୁ ସାହସ କରି ପାରିନଥିଲେ। ଖବର ପାଇ ତ୍ରିଲୋଚନପୁର ସରପଞ୍ଚ କିଶୋର ପରିଡା, ଅଭୟଚାନ୍ଦପୁର ଥାନା ଅଧିକାରୀ ଓ ଅଗ୍ନି ନିର୍ବିପାକ ବିଭାଗ ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି।


