ସମ୍ପାଦକଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖା ଅଧିନ ବାଲିପୋଖରୀ ସମିତି ଠାରେ ଆଜି ଚାଷୀମାନେ ଧାରଣା ଦେଇଥିଲେ । ଧାନ କୁଇଁଣ୍ଟାଲ ପିଛା ଅଧିକା କଟାଯାଉଥିବା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ସମିତି ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣା ଦେଇଥିଲେ । ଧାରଣାସ୍ଥଳରେ ସମିତି ସମ୍ପାଦକଙ୍କ ସମେତ କର୍ମଚାରୀମାନେ ପହଞ୍ଚିବା ପରେ ଚାଷୀମାନେ ସେମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସମବାୟ ବିଭାଗର ସିଆରସିଏସଙ୍କ ସହିତ ଚାଷୀଙ୍କ ପକ୍ଷରୁ ଫୋନ ଯୋଗେ କଥା ହୋଇସାରିବା ପରେ ଛଅ ଦଫା ଦାବି ସହିତ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଦାବି ଅନୁଯାୟୀ ପୂର୍ବ ବର୍ଷର ଧାନକ୍ରୟ ସମ୍ବନ୍ଧୟ କ୍ଷତିକୁ ଏଜିବି ମାଧ୍ୟମରେ ଆଲୋଚନା କରାଯିବା ସହ ଧାନକ୍ରୟ ବାବଦରେ ସରପଞ୍ଚଙ୍କ ପ୍ରତିନିଧି ଓ ଜଣେ ବରିଷ୍ଠ ସମାଜିକ କର୍ମୀ ସମ୍ପାଦକଙ୍କ ସହ ଆଲୋଚନା କରିବେ । ଏହା ସହିତ ସମିତି ମଣ୍ଡି ବ୍ୟତୀତ କୌଣସି ଚାଷୀ ଯଦି ସିଧାସଳଖ ମିଲକୁ ଧାନ ନିଏ ତାହା ସମିତି ହିସାବକୁ ଯାଇ ପାରିବ ନାହିଁ ବୋଲି ପ୍ରସ୍ତାବ ଦିଆଯାଇଥିଲା । ପୂର୍ବବତ ସ୍ୱଭାବିକ ଭାବେ ଧାନକ୍ରୟ କରାଯିବ ବୋଲି ନିଷ୍ପତ୍ତିହୋଇଥିଲା । ଧାରଣାସ୍ଥଳରେ ସରପଞ୍ଚଙ୍କ ପ୍ରତିନିଧି ଗଗନ ବିହାରୀ ସେଠୀ, ସମାଜସେବୀ ଅକ୍ଷୟ ତ୍ରିପାଠୀଙ୍କ ସମେତ ଚାଷୀ ପ୍ରଦୀପ ସାହୁ, ନୀଳମଣୀ ସାହୁ, କୃଷ୍ଣଚନ୍ଦ୍ର ସାହୁ, ରମେଶ ବେହେରା, ରବିନ୍ଦ୍ର କୁମାର ସାହୁ, ଦିଲ୍ଲିପ କୁମାର ସାହୁ, ବିଜୟ ସାହୁ, ଅନନ୍ତ ନାୟକ, ପର୍ଶୁରାମ ସ୍ୱାଇଁ, ସୁରେଶ ସାହୁ, କାର୍ତ୍ତିକ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ତିନିଦିନ ମଧ୍ୟରେ ସମସ୍ତ ଦାବି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସମିତି ପକ୍ଷରୁ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ