ମହାବିଦ୍ୟାଳୟର ଅବସରପ୍ରାପ୍ତ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ପରଲୋକ

ନାଉଗାଁ,ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅବସରପ୍ରାପ୍ତ ଭାରାପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ କ୍ଷେତ୍ରବାସୀ ମିଶ୍ରଙ୍କର ପରଲୋକ ଘଟିଛି । ସ୍ୱର୍ଗତଃ ମିଶ୍ର କଟକସ୍ଥିତ ଏକ ଘରୋଇ ହସପିଟାଲରେ ଅସ୍ତ୍ରୋପଚାର ହେବା ପରେ ତାଙ୍କର ପରଲୋକ ଘଟିଥିବା ଜଣାଯାଇଛି । ତାଙ୍କ ମୃତ୍ୟୁ ଖବର ନାଉଗାଁ ଅଂଚଳରେ ପ୍ରଚାର ହେବା ପରେ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ସହକର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ମିଶ୍ର ଜଣେ ଛାତ୍ରବତ୍ସଳ,କର୍ମବୀର, ସମୟାନୁବର୍ତିତା ଥିଲେ । ସ୍ୱର୍ଗତ ମିଶ୍ର ଉକ୍ତ ମହାବିଦ୍ୟାଳୟରେ ୧୯୮୧ ମସିହାରେ ଯୋଗ ଦେଇଥିଲେ । ୧୯୯୧ ମସିହାରେ ଅନ୍ୟତ୍ର ବଦଳି ହୋଇଥିଲେ । ପରେ ପୂର୍ଣ୍ଣବାର ମହାବିଦ୍ୟାଳୟରେ ଯୋଗ ଦେଇଥିଲେ ।୨୦୧୫ ଜୁଲାଇ ମାସରେ ମଗହାବିଦ୍ୟାଳୟର ଭାରାପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ସହିତ ୨୦୧୮ରେ ଅବସର ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁ ଖବର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚାଇନା ପ୍ରଧାନ, ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ ପାଇବା ପରେ ସ୍ୱର୍ଗତଃ ମିଶ୍ରଙ୍କ ବାଲିକୁଦା ବ୍ଲକସ୍ଥିତ ଚଅଁରପୁର ବାସଭବନରେ ପହଁଚି ଶେଷ ଦର୍ଶନ କରିଛନ୍ତି । ତାଙ୍କ ବିୟୋଗରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷ ବାବା ଚିନ୍ତାମଣୀ ପର୍ବତ ଗୋସ୍ୱାମୀ, ପରିଚାଳନା କମିଟିର ପୂର୍ବତନ ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସ, ଅଧ୍ୟାପକ ଚୋଧୁରୀ ଦିନେଶ ଦାସ, ଅଧାପକ ଜ୍ୟୋତିପ୍ରକାଶ ଲେଙ୍କାଙ୍କ ସହିତ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ