ଜଙ୍ଗଲରୁ କାଠ କାଟି ନିର୍ମାଣ ହେଉଛି ବ୍ଳକ କୋଠା

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକ ସ୍ଥାନୀୟ ବ୍ଳକ ପରିସରରେ ନିର୍ମାଣ ହେଉଥିବା ବ୍ଳକ କୋଠାରେ ଠିକାଦାର ବ୍ୟବହାର କରୁଛନ୍ତି ଜଙ୍ଗଲରୁ କାଠ କାଟି, ରାଜ୍ୟ ସରକାର ବିଭିନ୍ନ ସଚେତନତା ମାଧ୍ୟମରେ ଜଙ୍ଗଲ ବିଭାଗ ଦ୍ୱାରା ଲୋକଙ୍କୁ ସଚେତନତା କରାଉଛନ୍ତି ଯେ ବୃକ୍ଷ ହି ଆମ ଜୀବନ, ବୃକ୍ଷ ଦ୍ୱାରା ହି ଆମ୍ଭେମାନେ ଉପକୃତ ହେଉଛୁ, ଜଙ୍ଗଲରେ ନିଆ ନ ଲଗାଇବା ଏଭଳି ବିଭିନ୍ନ ସଚେତନତା ଜାରି ରହିଛି କିନ୍ତୁ ଏହି ସଚେତନତାକୁ ଅବମାନନା କରି ଠିକାଦାର ପୋଡାମାରୀ ଗ୍ରାମର ପାଢୀ କୋଠା ନିର୍ମାଣର ଛାତ ପକାଇବା ପାଇଁ ମନମୁତାବକ ଜଙ୍ଗଲରୁ ଛୋଟ ଛୋଟ କାଠ କାଟିଆଣି ଜଙ୍ଗଲ ଜିବିକାକୁ ନଷ୍ଟ କରି ରାତି ଅଧିଆ କାଠ ଚୋରି କରି ଆଣି ବ୍ୟବହାର କରୁଛନ୍ତି ବ୍ଳକ କୋଠା ନିର୍ମାଣରେ ଯେପରି କି ଦୀପ ତଳ ଅନ୍ଧାର ଏହାର ସତ୍ୟାସତ୍ୟ ଧରିବା ପାଇଁ ମୋହନା ଗଠିତ ହୋଇଥିବା ବନବିଭାଗ ପକ୍ଷରୁ ଏକ କମିଟି ବନ ସଂରକ୍ଷଣ ସମିତିର ସମ୍ପାଦକ ଜେତନ୍ଦ୍ର କୁମାର ବେହେରା ଯାଇ ଦେଖିବା ପରେ ଠିକାଦାରଙ୍କୁ ସରକାର ନିର୍ଦ୍ଧେଶ କ୍ରମେ ଜରିମାନା କରାଯାଇଛି । ପ୍ରକାଶ ଥାଉକି ଏଭଳୀ ଠୀକାଦାରମାନେ କୋଠା ନିର୍ମାଣ ପାଇଁ ସରକାରଙ୍କ ଠାରୁ ଚୁକ୍ତିନାମା କରି କାମ କରୁଛନ୍ତି । କିନ୍ତୁ ଜଙ୍ଗଲ ନଷ୍ଟ କରି କୋଠା ନିର୍ମାଣରେ ବ୍ୟବହାର କରୁଛନ୍ତି ଏଭଳି ଠିକାଦାର ମାନଙ୍କ ମନମୁଖୀ ଯୋଗୁଁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ତେଣୁ ଏହା ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଂଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ